ଜଳେଶ୍ୱର ବାଲିଆପାଳରେ ଗୁଳିକାଣ୍ଡ, ଯୁବକ ମୃତ

Published By : Prameya-News7 Bureau | June 24, 2019 IST

ବାଲିଆପାଳ ୨୪।୬:  ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବାଲିଆପାଳ ଥାନା ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି। ଡାଙ୍ଗପିଟା ଗ୍ରାମରେ ହୋଇଥିବା ଏହି ଗୁଳିକାଣ୍ଡରେ ଜନୈକ ଯୁବକ ପ୍ରାଣ ହରାଇଛନ୍ତି। ମୃତ ଯୁବକ ଗ୍ରାମର ରାକେଶ ଚୌଧୁରୀ ବୋଲି ଜଣାପଡିଛି। କାରରେ ଆସିଥିବା ଅଜ୍ଞାତ ଆତତାୟୀ ତାଙ୍କ ଉପରକୁ ଗୁଳିମାଡ କରି ଖସି ପଳାଇଛନ୍ତି।

ସୋମବାର ରାତି ପ୍ରାୟ ୯ଟା ୧୦ ମିନିଟରେ ଏହି ଗୁଳିକାଣ୍ଡ ଘଟିଛି। ମୃତ ରାକେଶ ଜଣେ କ୍ଷୀର ବ୍ୟବସାୟୀ। ସେ ବେପାର ସାରି  ତାଙ୍କ ବାଇକ୍ ଯୋଗେ ଗାଁକୁ ଫେରୁଥିବା ବେଳେ ରାସ୍ତାରେ ଦୁର୍ବୃତ୍ତ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ସେମାନେ ରାକେଶଙ୍କ ମୁଣ୍ଡକୁ ଲକ୍ଷ କରି ଗୁଳି ଚଳାଇଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଗୁଳି ଶବ୍ଦ ଶୁଣି ଲୋକେ ଦଉଡା ଦଉଡିହୋଇ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ରାକେଶ ରକ୍ତଜୁଡୁବୁଡୁ ଅବସ୍ଥାରେ ମୋଟର ସାଇକେଲ ସହ ରାସ୍ତାରେ ପଡିଥିଲେ । ଏହା ଦେଖି ଲୋକେ ତୁରନ୍ତ ପୋଲିସକୁ ସୂଚନା ଦେଇଥିବା ବେଳେ ପୋଲିସ ପହଞ୍ଚି ତାଙ୍କୁ ହସ୍ପିଟାଲ ନେଇଥିଲା। ତେବେ ଡାକ୍ତ ସେଠାରେ ତାଙ୍କୁ ମୃତ ଘୋଷଣା କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.