Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଘରୁ ଡ଼ାକି ନେଇ କ୍ଷୀର ବାଲାଙ୍କୁ ହତ୍ୟା: ତିନିଜଣଙ୍କୁ ଗିରଫ କଲା ପୋଲିସ୍

19/06/2020 at 4:02 PM

ବ୍ରହ୍ମପୁର୧୯/୬: ବ୍ରହ୍ମପୁରରେ କ୍ଷୀର ବ୍ୟବସାୟୀ ଲମ୍ବୋଦୋର ମୁନିଙ୍କ ହତ୍ୟା ଘଟଣାରେ ପୁଲିସ୍‌କୁ ମିଳିଛି ସଫଳତା। ଏହି ଘଟଣାରେ ତିନି ଜଣଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ସହଯୋଗୀ ଫେରାର୍ ଥିବା ପୁଲିସ୍ କହିଛି। ଗିରଫ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କା ସହ ସୁନା ଚେନ୍, ସୁନା ମୁଦି ଏବଂ ସୁନା କାନ ଫୁଲ ଜବତ କରିଥିବା ପୁଲିସ୍ କହିଛି। ଦଶ ଭରିରୁ ଅଧିକ ସୁନା ସେମାନଙ୍କଠାରୁ ଜବତ ହୋଇଛି।

ଅନ୍ୟ ଦୁଇଜଣ ସହଯୋଗୀ ଫେରାର୍ ଥିବା ବେଳେ ସେମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ବ୍ରହ୍ମପୁର ଏସ୍.ପି ପିନାକ ମିଶ୍ର ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କ୍ଷୀର ମାଲିକଙ୍କ ଗାଡି ଚାଳକ ରୂପେଶ୍ ପାଢୀ ଓରଫ୍ ଲାଲା ଘଟଣାର ମାଷ୍ଟର୍ ମାଇଣ୍ଡ୍ ଥିବା ପୁଲିସ୍ କହିଛି। ଗତ ୧୩ ତାରିଖ ବିଳମ୍ବିତ ରାତିରେ ସିନେମା ଷ୍ଟାଇଲ୍‌ରେ ଘରୁ ଡାକି ଘର ଭିତରେ ପଶିଥିଲେ ଦୁର୍ବୃତ୍ତ। ପ୍ରଥମେ ଲୁଟ୍ ତରାଜ୍ ପରେ ଗୋଡକୁ ଗାମୁଛାରେ ବାନ୍ଧି ବିଭତ୍ସ ଭାବେ ହତ୍ୟା କରିଥିଲେ। ଆଲ୍‌ମାରୀ ଭାଙ୍ଗି ୬ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ। ଘର ୪ଜଣ ପ୍ରବେଶ କରିଥିବା ବେଳେ ବାହାରେ ମାଷ୍ଟରମାଇଣ୍ଡ୍ ରୂପେଶ୍ ଅପେକ୍ଷା କରିଥିବା ସ୍ବୀକାର କରିଛି।

ମୃତକ ଲମ୍ବୋଦୋର ଜଣେ କ୍ଷୀର ବ୍ୟବସାୟୀ ଭାବେ ବେଶ୍ ପରିଚିତ ଥିଲେ। ସହରର ହିଲ୍‌ପାଟଣା ଅଞ୍ଚଳରେ କ୍ଷୀର ଡିଲର୍ ଭାବେ ବ୍ୟବସାୟ କରୁଥିଲେ। ପୂର୍ବରୁ ତାଙ୍କ ସହ ଝଗଡା ହୋଇଥିବା ବେଳେ ଷଡଯନ୍ତ୍ର ରଚି ଲୁଟ୍ ଓ ହତ୍ୟା କରାଯାଇଥିବା ପୁଲିସ୍ କହିଛି। ଘଟଣାର ତନ ତନ କରି ତଦନ୍ତ କରାଯିବା ପରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଫେରାର୍ ଥିବା ଅନ୍ୟ ଦୁଇ ଜଣଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସ୍.ପି କହିଛନ୍ତି।

   Related Posts