୨୦୧୯ରେ ସାମରିକ ଶକ୍ତି ଉପରେ ସବୁଠୁ ଅଧିକ ଖର୍ଚ୍ଚ, ଶୀର୍ଷ ୩ରେ ଭାରତ ଓ ଚୀନ

Published By : Prameya-News7 Bureau | April 27, 2020 IST

ଷ୍ଟକହମ ୨୭।୦୪: ସମଗ୍ର ଦୁନିଆର ପ୍ରମୁଖ ଦେଶଗୁଡିକର ସରକାର ସାମରିକ ଶକ୍ତି ବୃଦ୍ଧି ପାଇଁ ମନଖୋଲି ଖର୍ଚ୍ଚ କରୁଛନ୍ତି। ଏକ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ ଏକ ଦଶନ୍ଧିରେ ଏକାକୀ ୨୦୧୯ରେ ମିଲିଟାରୀ ଉପରେ ସବୁଠୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଛି। ଶୀର୍ଷ ତିନୋଟି ଦେଶ ମଧ୍ୟରୁ ଏସିଆର ଦୁଇଟି ଦେଶ ସାମିଲ। ମାତ୍ର କରୋନା ପ୍ରକୋପ କାରଣରୁ ଅର୍ଥନୀତିରେ ଲାଗିଥିବା ବ୍ରେକ୍ ଫଳରେ ଏହି ଖର୍ଚ୍ଚ ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ହ୍ରାସ ହୋଇପାରେ।

ଷ୍ଟକ୍‌ହମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁୟଟ୍(SIPRI)ର ରିପୋର୍ଟ ଅନୁଯାୟୀ ସମଗ୍ର ଦୁନିଆରେ ସାମରିକ ଉପରେ ୨୦୧୯ରେ ୧.୯ ଟ୍ରିଲିୟନ ଡଲାର ଖର୍ଚ୍ଚ କରାଯାଇଛି। ଯାହା ୨୦୧୮ ତୂଳନାରେ ୩.୬ ପ୍ରତିଶତ ବାର୍ଷିକ ବୃଦ୍ଧି। ୨୦୧୦ ପର ସାମରିକ ଉପରେ ଏହା ହେଉଛି ସବୁଠୁ ଅଧିକ ଖର୍ଚ୍ଚ। ଏଏଫପି ଅନୁଯାୟୀ ଶୀତଳ ଯୁଦ୍ଧ ପରେ ସାମରିକ ଉପରେ ଖର୍ଚ୍ଚ ନିଜର ସର୍ବୋଚ୍ଚ ସ୍ତରକୁକ ଛୁଇଁଛି।

{"id":261072,"sizeSlug":"large"}

ସାମରିକ ଉପରେ ସବୁଠୁ ଅଧିକ ଖର୍ଚ୍ଚ ଆମେରିକା ଦ୍ଵାରା କରାଯାଇଛି। ବିଶ୍ଵଶକ୍ତି ଆମେରିକା ୨୦୧୯ରେ ୭୩୨ ଅରବ ଡଲାର ସୈନ୍ୟ ଶକ୍ତି ଉପରେ ଖର୍ଚ୍ଚ କରିଛି। ଏହା ବିଶ୍ଵରେ ସବୁ ଦେଶ ଦ୍ଵାରା ସାମରିକ ଉପରେ ଖର୍ଚ୍ଚ କରାଯାଉଥିବା ପରିମାଣର ୩୮ ପ୍ରତିଶତ। ୨୦୧୯ରେ ଏହାର ଖର୍ଚ୍ଚରେ ୫.୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି।

ଦ୍ଵିତୀୟରେ ଚୀନ

ଅନ୍ୟପଟେ ପ୍ରଥମ ଥର ଏସିଆର ଦୁଇଟି ଦେଶ ଟପ୍ ତିନିରେ ରହିବାରେ ସଫଳ ହୋଇଛନ୍ତି। ଏହ ହେଉଛି ଭାରତ ଓ ଚୀନ। ଏହି ଅବଧିରେ ଚୀନ ୨୬୧ ଅରବ ଡଲାର ସାମରିକ ଉପରେ ଖର୍ଚ୍ଚ କରିଛି। ଚୀନ ଯେମିତି ଯେମିତି ନିଜର ଅର୍ଥନୀତିରେ ବିସ୍ତାର କରି ଚାଲିଲା ସେହି ଅନୁପାତରେ ସାମରିକ ଉପରେ ଖର୍ଚ୍ଚ କରି ଚାଲିଲା। ଗତ ୨୫ ବର୍ଷ ହେବ ଏହି ଟ୍ରେଣ୍ଡ ହିଁ ଦେଖିବାକୁ ମିଳୁଛି।

{"id":261076,"sizeSlug":"large"}

ତୃତୀୟରେ ଭାରତ

ଆମେରିକା ଓ ଚୀନ ପରେ ଭାରତ ସାମରିକ ଉପରେ ୭୧.୧ ଅରବ ଡଲାର ଖର୍ଚ୍ଚ କରିଛି। ଭାରତ ନିଜର ସାମରିକ ଶକ୍ତି ବୃଦ୍ଧି କରିବାର ସବୁଠୁ ବଡ କାରଣ ପଡୋଶୀ ପାକିସ୍ତାନ ଓ ଚୀନ ସହିତ ଉତ୍ତେଜନା ଲାଗି ରହିଛି। ଗତ କିଛି ଦଶନ୍ଧିରେ ଭାରତରେ ସୈନ୍ୟ ଖର୍ଚ୍ଚରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଗତ ୩୦ ବର୍ଷରେ ଏହି ଖର୍ଚ୍ଚ ୨୫୯ ପ୍ରତିଶତ ବଢିଛି। କେବଳ ୨୦୧୦ରୁ ୨୦୧୯ ମଧ୍ୟରେ ୩୭ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି।

ଶୀର୍ଷ ୫ ଦେଶ ମଧ୍ୟରେ ରୁଷ ଓ ସାଉଦି ଆରବ ରହିଛନ୍ତି। ସେହି ପରି ଜର୍ମାନୀ ଦ୍ଵାରା ସାମରିକ ଶକ୍ତି ଉପରେ ଖର୍ଚ୍ଚ କରିବାରେ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.