ରାତିରେ ସୈନ୍ୟ ପରେଡ଼ କଲା ଉତ୍ତର କୋରିଆ, ଛାନିଆ ଦକ୍ଷିଣ କୋରିଆ

Published By : Prameya-News7 Bureau | September 09, 2021 IST

ନୂଆଦିଲ୍ଲୀ ୦୯।୦୯: କରୋନା କାଳରେ ଉତ୍ତର କୋରିଆର ସାମରିକ ପରେଡ଼ । ଯାହାକୁ ନେଇ ଛାନିଆ ହୋଇଛି ଦକ୍ଷିଣ କୋରିଆ । ରାତିରେ କିମ୍‌ ଜଙ୍ଗ ଉନ୍‌ଙ୍କ ସେନା ସାମରିକ ପରେଡ଼ କରିଥିବା ନେଇ କହିଛନ୍ତି ଦକ୍ଷିଣ କରିଆର ପ୍ରତିରକ୍ଷା ମନ୍ତ୍ରୀ ।

ଦକ୍ଷିଣ କରିଆ କହିଛି ଯେ, ସେପ୍ଟେମ୍ବର ୯ତାରିଖକୁ ଉତ୍ତରକୋରିଆର ଜାତୀୟ ଦିବସ ପାଳନ କରାଯାଉଛି । ଏହି ଦିବସ ଅବସରରେ କିମ୍‌ ଜଙ୍ଗ୍ ଉନ୍‌ ଦେଶର ରାଜଧାନୀରେ ଏହି ସାମରିକ ପରେଡ଼ର ଆୟୋଜନ କରିଛନ୍ତି । ଏଥିରେ ଶକ୍ତିଶାଳୀ ବାଲାଷ୍ଟିକ୍‌ ମିସାଇଲ୍‌ର ପ୍ରଦର୍ଶନ କରାଯାଇଥିବା ବେଳେ ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ପ୍ରଦର୍ଶିତ କରାଯାଇଥିଲେ । କେବଳ ଏତିକି ନୁହେଁ,, ବରଂ କିଛି ନୂତନ ଅସ୍ତ୍ରଶସ୍ତ୍ରର ଉନ୍ନୋଚନ କରାଯାଇଥିଲା ।    

{"id":508679,"sizeSlug":"full","linkDestination":"none"}

ରିପୋର୍ଟ ଅନୁସାରେ ଏହି ପରେଡ଼ ରାଜଧାନୀର କିମ୍‌ ଟୁ ସଙ୍ଗ ସ୍କୋୟେରରେ ଆୟୋଜିତ ହୋଇଥିଲା । ବୁଧବାର ରାତିରେ ଏହି ପରେଡ଼ର ଶୁଭାରମ୍ଭ ହୋଇ ଗୁରୁବାର ସକାଳ ପର୍ଯ୍ୟନ୍ତ ଚାଲିଥିଲା ।  ଏନେଇ ଉତ୍ତରକୋରିଆ ପକ୍ଷରୁ କୌଣସି ଆଧିକାରିକ ସୂଚନା ମିଳିନାହିଁ । କିନ୍ତୁ ସେପଟେ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛି ଦକ୍ଷିଣ କୋରିଆ ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବରରେ ଏପରି ଏକ ପରେଡ଼ରେ ଆୟୋଜନ କରିଥିଲେ କିମ୍‌ ଜଙ୍ଗ ଉନ୍‌ । ଯେଉଁଥିରେ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍‌ ମିସାଇଲ୍‌କୁ ଉନ୍ନୋଚନ କରାଯାଇଥିଲା ।  ସେହିପରି ଗତ ଜାନୁଆରୀ ମାସରେ ମଧ୍ୟ ଏକ ପରେଡ଼ର ଆୟୋଜନ କରିଥିଲେ ଉତ୍ତର କୋରିଆ । ସେତେବେଳେ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ଦକ୍ଷିଣ କୋରିଆ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.