Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

କାଶ୍ମୀର ଭିତରକୁ ଅନୁପ୍ରବେଶ କରୁଥିବା ଆତଙ୍କବାଦୀ ଜୀବନ ନେଇ ଫେରିବନି, ପୁଲୱାମାରେ ପଡ଼ିଥିବା ପ୍ରତି ବୁନ୍ଦା ରକ୍ତର ହିସାବ କଣ ହେବ ତାକୁ ନେଇ ଚାଲିଛି ଆଲୋଚନା

19/02/2019 at 7:16 PM

ନୂଆଦିଲ୍ଲୀ୧୯|୨: ଇମ୍ରାନ ଖାନ ୬ ଦିନ ପରେ ମୁହଁ ଖୋଲିଥିଲେ। ତେବେ ତା ପୂର୍ବରୁ ଶ୍ରୀନଗରରେ ଭାରତୀୟ ସେନା କରିଥିଲା ସାମ୍ବାଦିକ ସମ୍ମିଳନୀ। ଆଉ ଏଥିରେ ଲେଫଟନାଣ୍ଟ କର୍ଣ୍ଣେଲ କେ.ଜେ.ଏସ ଢିଲୋଁ ସିଧାସିଧା ଶୁଣାଇଥିଲେ ଯିଏ ବନ୍ଧୁକ ଉଠେଇବ ସେ ମରିବ। ଗୋଟିଏ ପଟେ ପୁଲୱାମା ଘଟଣାକୁ ଆଇଏସଆଇ ନିୟନ୍ତ୍ରଣ କରୁଥିଲା ବୋଲି ସେ କହିଥିଲେ ସେପଟେ କାଶ୍ମୀରର ପଥଭ୍ରଷ୍ଟ ଯୁବକଙ୍କୁ ଚେତାବନୀ ଦେଇଥିଲେ ଆତଙ୍କବାଦର ରାସ୍ତା ଛାଡ଼ ନହେଲେ ମୃତ୍ୟୁ ।….

ଯିଏ ବନ୍ଧୁକ ଉଠାଇବ ସେ ମରିବ। ସେନା ଆଉ ଛାଡ଼ିବା ମୁଡରେ ନାହିଁ। କାଶ୍ମୀର ଭିତରକୁ ଅନୁପ୍ରବେଶ କରୁଥିବା ଆତଙ୍କବାଦୀ ଜୀବନ ନେଇ ଫେରିବନି। ପ୍ରଥମଥର ପାଇଁ ଶହେ ଘଣ୍ଟା ଭିତରେ କୌଣସି ଆତଙ୍କବାଦୀକୁ ତାର କାର୍ଯ୍ୟ ଯୋଗ୍ୟସ୍ଥାନକୁ ପଠାଇଛି ସେନା। ଆଜି ଶ୍ରୀନଗରରେ ସେନା, ସିଆରପିଏଫ ଏବଂ କାଶ୍ମୀର ପୋଲିସ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏମିତି କିଛି ରୋକଠୋକ୍‌ ବାଣୀ ଶୁଣିବାକୁ ମିଳିଥିଲା। ଯାହାର ନେତୃତ୍ବ ନେଉଥିଲେ ସେନାର ଲେ୍ପଟନାଣ୍ଟ ଜେନେରାଲ କେ.ଜେ.ଏସ ଢିଲୋଁ।ଜୈସ ଏ ମହମ୍ମଦ ଆଇଏସଆଇର ବଚ୍ଚା, ପୁଲୱାମା ଆକ୍ରମଣକୁ ଆଇଏସଆଇ ନିୟନ୍ତ୍ରଣ କରୁଥିଲା ବୋଲି ଢିଲୋଁ କହିଥିଲେ।

ସେନା କାଶ୍ମୀରର ପଥଭ୍ରଷ୍ଟ ଯୁବକ ଓ ପାକିସ୍ତାନ ଉଭୟକୁ ଚରମବାଣୀ ଶୁଣାଇଥିବା ବେଳେ ଏଣେ ଗୃହମନ୍ତ୍ରଳାୟରେ ଏକାଠି ହୋଇଥିଲେ ସିଆରପିଏଫ ଡିଜି ଆର ଆର ଭଟନାଗର, ଡଜି ବିଏସଏଫ, ଏନଏସଏ ଅଜିତ ଡୋଭାଲ । ପୁଲୱାମାରେ ପଡ଼ିଥିବା ପ୍ରତି ବୁନ୍ଦା ରକ୍ତର ହିସାବ କଣ ହେବ ତାର ଆଲୋଚନା ହୋଇଥିଲା।

ଗୋଟିଏ ପଟେ ପାକିସ୍ତାନ ବାରମ୍ବାର କହୁଛି ଯେ କାଶ୍ମୀରର ଯୁବକ ହିଁ ଏଭଳି କାଣ୍ଡ କରିଛନ୍ତି। ତେବେ ସେନା ଏହା ସ୍ପଷ୍ଟ କରିଦେବାକୁ ଚାହିଁଛି ଏଣିକି କୌଣିସି ଆତଙ୍କବାଦୀଙ୍କୁ ବରଦାସ୍ତ କରାଯିବନି।

   Related Posts