Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଆମେରିକା ସହିତ ମତଭେଦ: ପୁଟିନ କହିଲେ- ରୁଷ ଓ ଚୀନ ମଧ୍ୟରେ ଭବିଷ୍ୟତରେ ସାମରିକ ମେଣ୍ଟକୁ ଏଡାଇ ଦିଆଯାଇନପାରେ

24/10/2020 at 6:21 PM

ମସ୍କୋ ୨୪।୧୦: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର କହିଛନ୍ତି ଏବେ ରୁଷ-ଚୀନ ସୈନ୍ୟ ମଧ୍ୟରେ ମେଣ୍ଟର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ଭବିଷ୍ୟତରେ ଏହାକୁ ଏଡାଇ ଦିଆଯାଇନପାରେ।

ଆମେରିକା ସହିତ ବଢୁଥିବା ଉତ୍ତେଜନା ମଧ୍ୟରେ ପୁଟିନଙ୍କ ଏହି ବୟାନ ମସ୍କୋ ଓ ବେଜିଂ ମଧ୍ୟରେ ଗଭୀର ସମ୍ବନ୍ଧର ସଙ୍କେତ ଦେଉଛି। ରୁଷ ନେତା ମସ୍କୋ ଓ ଓ୍ଵାଶିଂଟନ ମଧ୍ୟରେ ଅବଶିଷ୍ଟ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିନାମାକୁ ବିସ୍ତାର କରିବାକୁ ଏକ ବଡ ବାର୍ତ୍ତା ଦେଇଛନ୍ତି।

ଅନ୍ତରାଷ୍ଟ୍ରୀୟ ବିଦେଶ ନୀତି ବିଶେଷଜ୍ଞଙ୍କ ସହିତ ଗୁରୁବାର ଏକ ଭିଡିଓ କନଫରେନ୍ସ ସମୟରେ ପୁଟିନଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, କଣ ମସ୍କୋ ଓ ବେଜିଂ ମଧ୍ୟରେ ସାମରିକ ମେଣ୍ଟ ସମ୍ଭବ। ପୁଟିନ ଉତ୍ତରରେ କହିଛନ୍ତି, ଆମକୁ ଏହାର ଆବଶ୍ୟକତା ନାହିଁ, ମାତ୍ର ଭବିଷ୍ୟତରେ ଏହାକୁ ଏଡାଇ ଦିଆଯାଇନପାରେ।

ରୁଷ ଓ ଚୀନ ନିଜର ରଣନୈତିକ ଭାଗିଦାରୀର ପ୍ରଶଂସା କରିଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ଦୁଇ ଦେଶର ସାମରିକ ମେଣ୍ଟର ସମ୍ଭାବନାକୁ ପୁଟିନ ଖାରଜ କରିଛନ୍ତି। ପୁଟିନ ଯୁଦ୍ଧ ଆଡେ ଇସାରା କରି ସୂଚାଇ ଦେଇଛନ୍ତି ଯେ ଚୀନ୍ ଏବଂ ରୁଷର ସଶସ୍ତ୍ର ବାହିନୀ ଦେଶର ବୃଦ୍ଧି ପାଉଥିବା ସାମରିକ ସହଯୋଗର ସଙ୍କେତ ଅଟେ।

ପୁଟିନ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ରୁଷ ସମ୍ବେଦନଶୀଳ ସାମରିକ ପ୍ରଯୁକ୍ତିବିଦ୍ୟା ବାଣ୍ଟିବା ସହ ଚୀନର ସାମରିକ ସାମର୍ଥ୍ୟକୁ ବୃଦ୍ଧି କରିବାରେ ସାହାଯ୍ୟ କରିଛି, ମାତ୍ର ସୂଚନା ସମ୍ବେଦନଶୀଳ କି ନୁହେଁ ତାହା ଉଲ୍ଲେଖ କରି ନାହାନ୍ତି।

ଏଥିରେ ସନ୍ଦେହ ନାହିଁ ଯେ, ଚୀନ ସହିତ ଆମର ସହଯୋଗ ଚୀନର ପ୍ରତିରକ୍ଷା କ୍ଷମତାକୁ ବୃଦ୍ଧି କରିଛି। ସେ କହିଛନ୍ତି ଭବିଷ୍ୟତରେ ଦୁଇ ଦେଶ ମଧ୍ୟରେ ସାମରିକ ସମ୍ବନ୍ଧ ଆହୁରି ନିବିଡ ହୋଇପାରେ। ସମୟ କହିବ ଯେ, ଏହା କେମିତି ବିକଶିତ ହେବ ବୋଲି ରାଷ୍ଟ୍ରପତି ପୁଟିନ କହିଛନ୍ତି।

ଚଳିତ ସପ୍ତାହ ଆରମ୍ଭରୁ ସଙ୍କେତ ମିଳିଥିଲା ଯେ, ରୁଷ ଓ ଆମେରିକା ନ୍ୟୁଷ୍ଟାର୍ଟ ଉପରେ ଏକ ନୂତନ ରାଜିନାମାର ନିକଟତର ଥିଲେ। ରୁଷର ଶୀର୍ଷ ବାର୍ତ୍ତାକାର କହିଛନ୍ତି, ହେଲେ ଦୁଇ ଦେଶ ମଧ୍ୟରେ ଏବେ ମତଭେଦ ନାଟକୀୟ ମୋଡରେ ରହିଛି। ନୂତନ ଦାବି ନକରିବାକୁ ଓ୍ଵାଶିଂଟନକୁ ଚେତାଇ ଦିଆଯାଇଛି।

   Related Posts