Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଜେଲ୍‌ ଭାଙ୍ଗି ୧୩ ଶହ କଏଦୀଙ୍କୁ ମୁକ୍ତ କଲେ ଆତଙ୍କବାଦୀ: ହେଲେ ଫେରିଲେ ୨୦, ପ୍ରାଣ ହରାଇଲେ ୨

20/10/2020 at 10:20 PM

ବେନି (କଙ୍ଗୋ) ୨୦/୧୦: ଜେଲ୍‌ ଭାଙ୍ଗି ୧୩୦୦ କଏଦୀଙ୍କୁ ମୁକ୍ତ କରିଦେଲେ ଆତଙ୍କବାଦୀ। ଏମିତି ଏକ ଘଟଣା ଘଟିଛି କଙ୍ଗୋର ବେନିରେ। ପୂର୍ବ କଙ୍ଗୋରେ ଅବସ୍ଥିତ ବେନି ଜେଲ୍‌ରେ ମଙ୍ଗଳବାର ସକାଳେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଜେଲ୍‌ ଭାଙ୍ଗି ୧୩ ଶହ କଏଦୀଙ୍କୁ ମୁକ୍ତ କରିବା ପରେ ଏବେ ସବୁଆଡ଼େ ଭୟର ବାତାବରଣ ଖେଳିଯାଇଛି।

ଓ୍ବେଲ୍ଡିଂ ଯନ୍ତ୍ର ସାହାଯ୍ୟରେ ସଶସ୍ତ୍ର ବାହିନୀ ବେନିର କାଙ୍ଗାବୟି ସେଣ୍ଟ୍ରାଲ ଜେଲ୍‌ରେ ପ୍ରବେଶ କରିଥିଲେ। ସେଠାରୁ ଅନକେ ବନ୍ଦୀଙ୍କୁ ମୁକ୍ତ କରିଦେଇଥିଲେ। ପରେ ପୋଲିସ ଯାଞ୍ଚ କଲା ପରେ ଜଣାପଡ଼ିଲା ମୋଟ ୧୪୫୬ କଏଦୀଙ୍କ ମଧ୍ୟରୁ କେବଳ ୧୧୦କଏଦୀ ହିଁ ଥିଲେ ବୋଲି ସହରର ମେୟର ମଡେଷ୍ଟ ବାକ୍ବାଆନାମା କହିଛନ୍ତି। ବହୁ ସଂଖ୍ୟାରେ ଆକ୍ରମଣକାରୀ ଜେଲ୍‌​ରେ ପ୍ରବେଶ କରିବା ସହ ଏଭଳି କାରନାମା ରଚିଥିବା ରିଓଟରକୁ ସୂଚନା ଦେଇ କହିଛନ୍ତି  ବାକ୍ବାଆନାମା।

୧୩ ହଜାର କଏଦୀଙ୍କୁ ଆକ୍ରମଣକାରୀ ମୁକ୍ତ କରିବାରେ ସଫଳ ହୋଇଥିଲା ବେଳେ ସେମାନଙ୍କ ଗୁଳିର ଶିକାର ହୋଇ ପ୍ରାଣ ହରାଇଛନ୍ତି ଦୁଇ କଏଦୀ। ସେପଟେ ୨୦ କଏଦୀ ଜେଲ୍‌କୁ ଫେରିଆସିଛନ୍ତି। ତେବେ ପଳାୟନ କରିଥିବା ଅନ୍ୟ କଏଦୀଙ୍କୁ ଘରେ ସ୍ଥାନ ନଦେବାକୁ ବେନି ବାସିନ୍ଦାଙ୍କୁ କୁହାଯାଇଛି ବୋଲି ବାକ୍ବାଆନାମା କହିଛନ୍ତି। ସେଣ୍ଟ୍ରାଲ ଆଫ୍ରିକାନ୍‌ ପ୍ରୋଭିଏନ୍ସର ଆକ୍ରମଣକାରୀ ଏହି ଆକ୍ରମଣ ପଛରେ ଥିବା ସନ୍ଦେହ କରାଯାଉଛି।

ଆଲାଇନ୍‌ଡ୍‌ ଡେମୋକ୍ରେଟିକ୍‌ ଫୋର୍ସ ଏହି ଆକ୍ରମଣ କରିଥିବା ଘୋଷଣା କରିଥିଲେ ହେଁ ଏଥିରେ କିଛି ପ୍ରମାଣ ମିଳିନଥିବା ୟୁଏନ୍ ବିଶେଷଜ୍ଞ ଦାବି କରିଛନ୍ତି। ଉଗାଣ୍ଡାର ଇସଲାମିଷ୍ଟ ଆତଙ୍କବାଦୀ ଗ୍ରୁପ୍ ପୂର୍ବ କଙ୍ଗୋରେ ୧୯୦୯୦ରୁ ନିଜର ସ୍ଥିତି ଜାହିର କରିଆସୁଛନ୍ତି। ୨୦୧୯ ଆରମ୍ଭରୁ ଏହି ଗ୍ରୁପ୍ ପାଖାପଖି ୧୦୦୦ ନାଗରିକଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଜେଲ୍‌ ଭାଙ୍ଗି କଏଦୀଙ୍କୁ ମୁକ୍ତ କରିବା ଘଟଣା ପ୍ରଥମ ନୁହେଁ। ୨୦୧୭ ଆକ୍ରମଣରେ ସେହି ବେନି ଜେଲ୍‌ରୁ ଶହ ଶହ କଏଦୀ ଖସି ପଳାଇଥିଲେ।

   Related Posts