କୁଶଭଦ୍ରା ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା : ୨୪ଘଣ୍ଟା ପରେ ବି ମିଳିନି ପରିଚୟ, ହତ୍ୟା ନା ଆତ୍ମହତ୍ୟା ନେଇ ସସ୍‌ପେନ୍ସ

Published By : Prameya-News7 Bureau | November 01, 2020 IST

ବାଲିପାଟଣା ୦୧।୧୧: ୨୪ ଘଣ୍ଟାରୁ ଉର୍ଦ୍ଧ ସମୟ  ପରେ ମଧ୍ୟ  ମିଳିପାରିନାହିଁ ଭିଙ୍ଗାରପୁର ବ୍ରିଜ ନିକଟ କୁଶଭଦ୍ରା ନଦୀରୁ ଉଦ୍ଧାର କରାଯାଇଥିବା ମୃତ ମହିଳାଙ୍କ ପରିଚୟ। ଲାଲ ଏବଂ ହଳଦିଆ ରଙ୍ଗର ସାଢ଼ି ପିନ୍ଧିଥିବା  ଏ ମହିଳାଙ୍କ ମୃତ ଦେହ କିପରି  ଏସ୍ଥାନକୁ ଆସିଲା ଏଯାଏଁ ଜଣା ପଡିନାହିଁ। ଏନେଇ ବାଲିଅନ୍ତା ଥାନା କିମ୍ବା ଆଖପାଖ ଥାନାରେ ମଧ୍ୟ କୌଣସି ଖୋଜ ଖବର ନାହିଁ ।

{"id":354156,"sizeSlug":"large"}

ଖବରଅନୁଯାୟୀ, ଗତକାଲି ମୃତଦେହ ଟି ନଦୀରେ ଭାସୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ ଅଗ୍ନିଶମ ବାହିନୀ ସହାୟତାରେ  ବାଲିଅନ୍ତା ପୋଲିସ୍ ମୃତ ଦେହ ଉଦ୍ଧାର କରିଥିଲା ।  କ୍ୟାପିଟାଲ୍ ହସ୍ପିଟାଲରେ ଶବ ବ୍ୟବଛେଦ ପରେ ମୃତ ଦେହକୁ ଚିହ୍ନଟ ପାଇଁ ରଖାଯାଇଛି । ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ବିଭିନ୍ନ ଥାନାକୁ ମହିଳାଙ୍କ ଫଟୋ ପଠାଇଛି ବାଲିଅନ୍ତା ପୋଲିସ୍ । ଏହା ଏକ ଦୁର୍ଘଟଣା, ନା ଆତ୍ମହତ୍ୟା  ତାର ତଦନ୍ତ କରୁଛି ବାଲିଅନ୍ତା ପୋଲିସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.