Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଲକ୍ଷ୍ମୀ ପରେ ଏବେ ମିଲିନ୍ଦ ସୋମନ କରିବାକୁ ଯାଉଛନ୍ତି ଥାର୍ଡ଼ ଜେଣ୍ଡରକୁ ନେଇ ଫିଲ୍ମ : ଭାଇରାଲ୍ ହେଲା ଲୁକ୍

10/11/2020 at 12:54 PM

ମୁମ୍ବାଇ ୧୦/୧୧: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ଲକ୍ଷ୍ମୀ ସୋମବାର ରିଲିଜ ହୋଇ ସାରିଛି। ଫିଲ୍ମଟି ଚର୍ଚ୍ଚାରେ ରହିଛି ଏବଂ ଏପରି ଲାଗୁଛି ଯେ ମିଲିନ୍ଦ ସୋମନ ମଧ୍ୟ ଏହା ଉପରେ ହିଁ କୌଣସି ପ୍ରୋଜେକ୍ଟ ଉଠାଇଛନ୍ତି। ମିଲିନ୍ଦ ଏହି ପ୍ରୋଜେକ୍ଟ ବିଷୟରେ ଟ୍ବିଟ୍ କରି ପ୍ରଶଂସକଙ୍କୁ ହିଣ୍ଟ୍ ଦେଇଛନ୍ତି ଏବଂ ଏପରି ଲାଗୁଛି ଯେ ସେ ଏହାକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି।

ମିଲିନ୍ଦ ନିଜର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଜଣେ ମହିଳାଙ୍କ ଭୂମିକାରେ ନଜର ଆସୁଛନ୍ତି। ଆଖିରେ କାଜଲ୍,ବଡ଼ କେଶ,ମୁହଁର ବାମ ପାର୍ଶ୍ବରେ ପୁଳାଏ ସିନ୍ଦୂର ଏବଂ ନାକରେ ସୁନ୍ଦର ନୋଜ୍ ପିନ୍। ମିଲିନ୍ଦଙ୍କ ଏହି ଲୁକ୍ ବାସ୍ତବରେ ମନରେ ବହୁତ ଇଚ୍ଛା ସୃଷ୍ଟି କରୁଛି। ଫଟୋ ସହ ଟ୍ବିଟରେ ସେ ଏହାକୁ ନେଇ କିଛି ଖାସ୍ ଖୁଲାସା କରି ନାହାନ୍ତି।

ମିଲିନ୍ଦ ନିଜ ଟ୍ବିଟରେ ଲେଖିଛନ୍ତି ଯେ ସେ ମୁମ୍ବାଇ ନିକଟରେ କର୍ଜତରେ କିଛି ଦିନ ବିତାଇଥିଲେ ,ଏବେ ସେ ଚେନ୍ନାଇ ଯାଉଛନ୍ତି। ସେ ଜାଣିଛନ୍ତି ଯେ ଏହା ପବିତ୍ର ଜିନିଷ ନୁହେଁ କିନ୍ତୁ ଯେତେବେଳେ ଆପଣଙ୍କୁ ଅଭିନୟ କରିବାର ସୁଯୋଗ ମିଳିଥାଏ ସେତେବେଳେ ଆପଣଙ୍କୁ ପ୍ରଶ୍ନ ପଚାରିବାର ସମୟ ଏବଂ ସ୍ଥାନ ମିଳିନଥାଏ। ଅକ୍ଷୟ କୁମାରଙ୍କ ଲକ୍ଷ୍ମୀ ମଧ୍ୟ ଜେଣ୍ଡର ବାୟସକୁ ନେଇ ଆଧାରିତ।

   Related Posts