Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ପୁଣି ଥରେ ନଗ୍ନ ହେଲେ ମିଲିନ୍ଦ ସୋମନ : ଜନ୍ମଦିନରେ ବିଚ୍‌ରେ ନଗ୍ନ ହୋଇ ଦୌଡ଼ିବାରୁ ସୋସିଆଲ୍ ମିଡିଆରେ ହେଲେ ଟ୍ରୋଲ୍

5/11/2020 at 4:09 PM

ମୁମ୍ବାଇ ୫/୧୧: ଅଭିନେତା -ମଡେଲ୍ ମିଲିନ୍ଦ ସୋମନ ନଭେମ୍ବର ୪ତାରିଖରେ ଅର୍ଥାତ୍ ଗତକାଲି ନିଜର ୫୫ତମ ଜନ୍ମଦିନ ପାଳନ କରିଛନ୍ତି। କିନ୍ତୁ ସେ ନିଜ ଜନ୍ମଦିନରେ ଏକ ଅଦ୍ଭୁତ ଜିନିଷ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ମିଲିନ୍ଦ ସୋସିଆଲ ମିଡିଆରେ ନିଜର ଏକ ନ୍ୟୁଡ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ ହ୍ୟାପି ବାର୍ଥଡେ ଟୁ ମି। ଏହି ଫଟୋ ତାଙ୍କ ପତ୍ନୀ ଅଙ୍କିତା କୁଅଁର କ୍ଲିକ୍ କରିଛନ୍ତି। କିନ୍ତୁ ବିଚ୍‌ଟି କେଉଁଠିକାର ତାହା ଏହି ପୋଷ୍ଟରେ କୁହାଯାଇନାହିଁ।

ମିଲିନ୍ଦଙ୍କ ପତ୍ନୀ ଅଙ୍କିତା ମଧ୍ୟ କପଲ୍ ଫଟୋ ସହ ସ୍ବାମୀଙ୍କୁ ବାର୍ଥ ଡେ ଓ୍ବିଶ୍ କରି ସ୍ବିଟ୍ ନୋଟ୍ ଲେଖିଛନ୍ତି। ଅଙ୍କିତା ଲେଖିଛନ୍ତି ଯେ ସେହି ମଣିଷଙ୍କୁ ଜନ୍ମଦିନ ଶୁଭେଚ୍ଛା ଯିଏ ତାଙ୍କ ହୃଦୟ ଏବଂ ତାଙ୍କ ଆତ୍ମା। ସେ ନିଜର ହେବାର ପ୍ରତ୍ୟେକ ଅଣୁ ସହ ମିଲିନ୍ଦଙ୍କୁ ଭଲ ପାଆନ୍ତି। ସେ ମିଲିନ୍ଦଙ୍କୁ ସବୁଦିନ ସେଲିବ୍ରେଟ୍ କରନ୍ତି। ୧୨କିମି ବିଚ୍‌ରେ ରନିଂ ପରେ ଟମାଟୋ ପରି ଲାଲ ହୋଇଯାଇଛନ୍ତି।

ମିଲିନ୍ଦ ସପ୍ତାହରେ ୩ କିମ୍ବା ୪ଥର ରନିଂ କରନ୍ତି। ଏକ ସାକ୍ଷାତକାରରେ ମିଲିନ୍ଦ କହିଥିଲେ ଯେ ସେ ୯ବର୍ଷ ବୟସରେ ନ୍ୟାସନାଲ୍ ସ୍ବିମିଂ ଚାମ୍ପିଅନ ମଧ୍ୟ ରହି ସାରିଛନ୍ତି। ଏହା ପରେ ସେ ୨୩ବର୍ଷ ବୟସରେ ସ୍ବିମିଂରେ ଆକ୍ଟିଭ ମଧ୍ୟ ରହିଥିଲେ।  ସୁଇମିଂ ଛାଡ଼ିବା ପରେ ୩୮ବର୍ଷ ବୟସ ପର୍ଯ୍ୟନ୍ତ ସେ କୌଣସି ଫିଜିକାଲ୍ ଆକ୍ଟିଭିଟି କରିନଥିଲେ। କିନ୍ତୁ ଏହା ଦ୍ବାରା ତାଙ୍କ ଓଜନ ଉପରେ କୌଣସି ଫରକ ପଡ଼ିନଥିଲା। ୧୯ବର୍ଷ ବୟସରୁ ଆଜି ଯାଏଁ ତାଙ୍କ ଓଜନ ସେହିପରି ରହିଛି।

ଫଟୋ ଦେଖିବାମାତ୍ରେ ଟ୍ରୋଲ୍ସ ଏବଂ ମିମର୍ସ ଆକ୍ଟିଭ ହୋଇଥିଲା ଏବଂ ସେ ମିଲିନ୍ଦଙ୍କୁ ଗିଫ୍ଟ ଭାବେ ଗୋଟିଏ ପରେ ଗୋଟିଏ ମିମ୍ସ କରିଥିଲେ। କେହି ତାଙ୍କର ମଡେଲିଂ ଦିନର ନ୍ୟୁଡ ଫଟୋ ସେଶନ ଫଟୋ ସେୟାର କରିଥିଲେ ତ କେହି ତାଙ୍କୁ ଅଣ୍ଡରଗାରମେଣ୍ଟସ୍ କରି ପଠାଇଥିଲେ।

   Related Posts