Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

୨୭ ବର୍ଷ ସାନ ସ୍ତ୍ରୀଙ୍କ ସହ ବିଚ୍‌ରେ ରୋମାନ୍ସ କରୁଛନ୍ତି ଏହି ମଡେଲ ଓ ପ୍ରଯୋଜକ, ଫଟୋ ଭାଇରାଲ

13/03/2019 at 1:39 PM

ମୁମ୍ୱାଇ୧୩|୩: ମିଲିନ୍ଦ ସୋମାନ ଓ ଅଙ୍କିତା କୋଁୱରଙ୍କ ବିବାହ ବେଶ ଚର୍ଚ୍ଚାରେ ଥିଲା। ସୁପର ମଡେଲ୍‌ ମିଲିନ୍ଦ ୨୦୦୬ ମସିହାରେ ମିଲିନ ଯ୍ୟାମ୍ପନୋଇଙ୍କୁ ବିବାହ କରିଥିଲେ। ୩ ବର୍ଷ ପରେ ଦୁହେଁ ଅଲଗା ହୋଇଥିଲେ।  ୨୦୧୮ ମସିହାରେ ମିଲିନ୍ଦ ଓ ଅଙ୍କିତାଙ୍କ ବିବାହ ହୋଇଥିଲା। ଅଙ୍କିତା ତାଙ୍କ ସ୍ୱାମୀଙ୍କଠୁ ୨୭ ବର୍ଷ ସାନ। ତେବେ ଏହି ସେଲିବ୍ରିଟି ହଟ କପଲଙ୍କୁ ଛୁଟି ଏନଜୟ କରିବାରେ ସ୍ପଟ କରାଯାଇଥିଲା।
ଉଭୟଙ୍କ ଭ୍ୟାକେସନ ଫଟୋ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାକୁ ଲାଗିଛି। ଏବେ କିଛି ଦିନ ପୂର୍ବରୁ ମଡେଲ ମିଲିନ୍ଦ ତାଙ୍କ ସ୍ତ୍ରୀ ଅଙ୍କିତାଙ୍କ ସହ ମାଳଦ୍ୱୀପ ଛୁଟି କଟାଇବାକୁ ଯାଇଛନ୍ତି। ଦୁହେଁ ନିଜ ଫଟୋ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।
ସମୂଦ୍ର କୂଳରେ କିଛି ସମୟ କାଟିବାର ଫଟୋ ପୋଷ୍ଟ କରାଯାଇଛି। ମିଲିନ୍ଦ ଓ ଅଙ୍କିତା କ୍ୟାନଡିଡ ଫଟୋରେ ବେଶ ଆକର୍ଷକ ଲାଗୁଛନ୍ତି। ଦୁଇଜଣ ସ୍ନାନ ବସ୍ତ୍ରରେ ଥିବା ଫଟୋ ମଧ୍ୟ ସେଆର କରିଛନ୍ତି।  ଉଭୟଙ୍କ ଫଟୋ ଇଣ୍ଟରନେଟରେ ଧମାଲ କରୁଛି।
ଦୁହିଁଙ୍କର ଏହି ଫଟୋ ଗୁଡିକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଉଭୟ ପରସ୍ପରଙ୍କୁ କିସ କରିବାର ଫଟୋ ମଧ୍ୟ ଭାଇରାଲ ହୋଇଛି। ଏହି ଫଟୋ କିସ୍‌ ଡେ ଦିନ ସେୟାର କରାଯାଇଥିଲା।
ଏକ ସାକ୍ଷାତକାରରେ ମିଲିନ୍ଦ ଦୁହିଁଙ୍କ ବୟସ ବିଷୟରେ କହିଥିଲେ। ସେ କହିଥିଲେ ଯେ ଜୀବନରେ ଦମ୍ପତ୍ତିଙ୍କର ବୟସରେ ବ୍ୟବଧାନର କୌଣସି ମହତ୍ୱ ନାହିଁ। ୨ ଜଣ ମଣିଷ ସବୁବେଳେ ଅଲଗା ଥାନ୍ତି। ବୟସ, ପ୍ରକୃତି, ସଂସ୍କୃତି, ବ୍ୟାକଗ୍ରାଉଣ୍ଡକୁ ନେଇ ତାଙ୍କର କିଛି ଲେଣ ଦେଣ ନଥାଏ।
ସେ କହିଥିଲେ ଯେ ଗୋଟେ ରିଲେସନଶିପରେ ନିଜ ପାର୍ଟନରକୁ ସବୁଠୁ ଅଧିକ ମହତ୍ୱ ଦେବା ଜରୁରୀ। ଏହା ସଂପର୍କକୁ ଭଲ ଓ ମଜବୁତ କରିଥାଏ।      

   Related Posts