ବ୍ରଜରାଜନଗର ଟ୍ରିପଲ୍‌ ମର୍ଡର ଘଟଣାରେ ନୂଆ ଟ୍ୱିଷ୍ଟ, କୂଅରୁ ମିଳିଲା ଫେରାର୍ ସ୍ୱାମୀର ମୃତଦେହ

Published By : Prameya-News7 Bureau | September 23, 2021 IST

ଝାରସୁଗୁଡ଼ା ୨୩।୦୯: ଝାରସୁଗୁଡ଼ା ବ୍ରଜରାଜନଗର ଟ୍ରିପଲ୍‌ ମର୍ଡର ଘଟଣାରେ ନୂଆ ଟ୍ୱିଷ୍ଟ । ଆଜି ଏକ କୂଅରୁ ମିଳିଲା ନିଖୋଜ ସ୍ୱାମୀଙ୍କ ମୃତଦେହ । ତେବେ ମୃତକଙ୍କ ନାମ ନାରାୟଣ ପୋଦାର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି ।

ଖବର ଅନୁଯାୟୀ, ବୁଧବାର ଦିନ ସକାଳ ସମୟରେ ବ୍ରଜରାଜନଗରର ଏକ ଘର ଭିତରୁ ମା ଓ ୨ ଶିଶୁଙ୍କ ମୃତଦେହ ଠାବ ହୋଇଥିଲା । ଏହାପର ଠାରୁ ମହିଳାଙ୍କ ସ୍ୱାମୀ ନିଖୋଜ ଥିଲେ । ପୋଲିସ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ କରିଥିଲେ ବି ନିଖୋଜ ବ୍ୟକ୍ତିଙ୍କ ବିଷୟରେ କୌଣସି ପତ୍ତା ମିଳିନଥିଲା । ଶେଷରେ ଆଜି ସକାଳ ସମୟରେ ଏକ କୂଅରୁ ନାରାୟଣଙ୍କ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି ।

ତେବେ ଏହି ହତ୍ୟା ନା ଆଉ କିଛି । ସେନେଇ ଛାନ୍‌ଭିନ୍ ଜାରି ରଖିଛି ପୋଲିସ । ଆବଶ୍ୟକ ପଡିଲେ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେବାର ମଧ୍ୟ ସୂଚନା ରହିଛି । ସେପଟେ ପୁରା ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । କିପରି ମୃତ୍ୟୁ ହେଲା, ନା କିଏ ହତ୍ୟା କରି ଅଘଟଣର ରୂପ ଦେଉଛି । ପୋଲିସର ଖୋଲତାଡ଼ ପରେ ସବୁ ଘଟଣା ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.