କୋଠଯୋଡ଼ିରୁ ମିଳିଲା ଯୁବକଙ୍କ ମୃତଦେହ, ସ୍କୁଟି ରଖି ନଦୀକୁ ଡେଇଁଥିଲେ

Published By : Prameya-News7 Bureau | October 20, 2021 IST

କଟକ ୨୦।୧୦: କାଠଯୋଡ଼ିକୁ ଡେଇଁ ଯୁବକ ନିଖୋଜ ଘଟଣା । ମିଳିଲା ଯୁବକଙ୍କ ମୃତଦେହ । ମୃତକ ଭୁବନେଶ୍ୱର ଖାରବେଳ ନଗରର ସପନ ବେହେରା ବୋଲି ଜଣାପଡିଛି ଆଜି ସକାଳ ସମୟରେ ଯୁବକ ଜଣଙ୍କ ବ୍ରିଜ୍‌ ଉପରେ ସ୍କୁଟି ରଖି ନଦୀକୁ ଡେଇପଡିଥିଲେ । ତାପର ଠାରୁ ଓଡ୍ରାଫ୍‌ ଟିମ୍‌ ଜରିଆରେ ଖୋଜାଖୋଜି ଜାରି ରହିଥିଲା ।

ଖବର ଅନୁଯାୟୀ, ଆଜି ସକାଳ ସମୟରେ ଭୁବନେଶ୍ୱର ଖାରବେଳ ନଗରର ସପନ ବେହେରା ବ୍ରିଜ୍‌ ଉପରେ ସ୍କୁଟି ରଖି ନଦୀକୁ ଡେଇଁପଡିଥିଲେ । ହେଲେ କଣ ପାଇଁ ନଦୀକୁ ଡେଇଁଲେ , ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନଥିଲା । ତେବେ ନଦୀକୁ ଡେଇଁବା ଖବର ଶୁଣି ଓଡ୍ରାଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । କିଛି ଘଣ୍ଟାର ଖୋଜାଖୋଜି ପରେ ସପନଙ୍କ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ୍‌ ଟିମ୍‌ । ସେ ଡେଲିବରି ବୟ ଭାବେ କାମ କରୁଥିବାର ମଧ୍ୟ ସୂଚନା ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.