Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

କୁଶଭଦ୍ରା ନଦୀରୁ ମୃତଦେହ ଉଦ୍ଧାର: ମିିଳିଲା ମୃତ ମହିଳାଙ୍କ ପରିଚୟ, ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

1/11/2020 at 8:32 PM

ବାଲିପାଟଣା୧/୧୧: ବାଲିଅନ୍ତା ଥାନା ଭିଙ୍ଗାରପୁର ବ୍ରିଜ ନିକଟ କୁଶଭଦ୍ରା ନଦୀରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା। ୩୬ ଘଣ୍ଟା ପରେ ଅଜଣା ମୃତ ଦେହର ପରିଚୟ ମିଳିଛି। ମୃତକ ହେଉଛନ୍ତି ବାଲିଅନ୍ତା ଥାନା ବାଲିକାନ୍ଥିଆ ଗ୍ରାମର ନିର୍ମଳା ମହାନ୍ତି । କ୍ୟାପିଟାଲ ହସ୍ପିଟାଲରେ ମୃତଦେହକୁ ଦେଖି ବାପଘର ଲୋକ ଚିହ୍ନଟ କରିଛନ୍ତି । ନିର୍ମଳାଙ୍କୁ ତାଙ୍କ ସ୍ଵାମୀ ରମଣି ରଂଜନ ମହାନ୍ତି ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।


ନିର୍ମଳାଙ୍କୁ ତାଙ୍କ ସ୍ଵାମୀ ବିଭିନ୍ନ ସମୟରେ ମାଡ ମାରି ଶାରିରୀକ ଏବଂ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିବାା ଅଭିଯୋଗ ହୋଇଛି । ବାପଘର ଲୋକ କହିଛନ୍ତି ଯେ, ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡ଼ା ହେଉଥିଲା ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ବହୁବାର ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ଶେଷରେ ସ୍ଵାମୀ ନିର୍ମଳାଙ୍କୁ ହତ୍ୟା କରିଥିବା ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି। ଗତ ଶନିବାର ସକାଳେ ଭିଙ୍ଗାରପୁର ବ୍ରିଜ୍ ନିକଟ କୁଶଭଦ୍ରା ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା ବାଲିଅନ୍ତା ପୋଲିସ୍‌ । ଗତ ଶୁକ୍ରବାରଠାରୁ ନିର୍ମଳା ନିଖୋଜ ନିଖୋଜ ଥିଲେ।

   Related Posts