ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ୍‌ ଲାଗୁ , ଜାରି ରହିବ ନାଇଟ୍‌ କର୍ଫ୍ୟୁ, କାଲିଠୁ ଆରମ୍ଭ ହେବ ବସ୍‌ ଚଳାଚଳ : ମୁଖ୍ୟ ଶାସନ ସଚିବ

Published By : Prameya-News7 Bureau | July 15, 2021 IST

ଭୁବନେଶ୍ବର ୧୫/୦୭ : ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ୍‌ ଜରିଆରେ ନୂଆ ଗାଇଡଲାଇନ୍‌ ନେଇ ସୂଚନା ଦେଇଛନ୍ତି । ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ କୋଭିଡ୍ କଟକଣା ଲାଗୁ କରାଯାଇଛି । ଆସନ୍ତା ୨ ସପ୍ତାହ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ୍ ଲାଗୁ କରାଯାଇଛି । ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲା​‌ରେ କୋଭିଡ ନିୟମ କଡାକଡି ଭାବେ ପାଳନ ହେବା​‌ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

କାଟାଗୋରୀ-ଏ ରେ ଥିବା ୨୦ ଜିଲ୍ଲାଗୁଡିକରେ ସକାଳ ୬ଟାରୁ ରାତି ୮ଟା ଯାଏଁ ଖୋଲା ରହିବ । କାଟାଗୋରୀ-ବି ରେ ଥିବା ୧୦ ଜିଲ୍ଲା​‌ରେ ସକାଳ ୬ଟା ରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ଖୋଲା ରହିବ । ରାଜ୍ୟରେ ଜାରି ରହିବ ନାଇଟକର୍ଫ୍ୟୁ । ରାଜ୍ୟରେ ଆରମ୍ଭ ହେବ ବସ ଚଳାଚଳ । ପାର୍ଲର, ସେଲୁନ୍‌ ଆସନ୍ତାକାଲି ଠାରୁ ଖୋଲା ହେବ । ଆଉଟ ଡୋର ଏବଂ ଇନ୍‌ ଡୋର ଶୁଟିଂ ଆରମ୍ଭ ହେବ । ସିନେମା ହଲ ବନ୍ଦ ରହିବ । କାଟାଗୋରୀ-ଏ ଜିଲ୍ଲାରେ ଥିବା ୨୦ ଜିଲ୍ଲାରେ ସଟ୍‌ଡାଉନ୍‌ ନିୟମ ଲାଗୁ ହେବ ନାହିଁ । କେବଳ କାଟାଗୋରୀ-ବିରେ ଥିବା ୧୦ ଜିଲ୍ଲାରେ ଜାରି ରହିବ ସପ୍ତାହାପ୍ତ ସଟ୍‌ଡାଉନ୍‌ । ଏହା ସହିତ ରାଜ୍ୟରେ ଜିମ୍‌ ଖୋଲାଯିବ । ପାର୍କ, ସପିଂ ମଲ ଏବଂ ସିନେମା ହଲ ବନ୍ଦ ରହିବ । ଆନ୍ତରାଜ୍ୟ ବସ ଚଳାଚଳ ବନ୍ଦ ରହିବ । ଆସନ୍ତା ୨୫ ତାରିଖ ଯାଏଁ ପୁରୀକୁ ବସ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି । ହୋଟେଲ୍‌ ଓ ରେଷ୍ଟୁରାଣ୍ଟରେ କେବଳ ପାର୍ସଲକୁ ଅନୁମତି । ବିବାହ ଓ ଶୁଦ୍ଧିକ୍ରିୟାରେ ପୂର୍ବ ଭଳି କଟକଣା ରହିବ । ଯାତ୍ରା ପାର୍ଟି ଉପରେ ପୂର୍ବ ଭଳି କଟକଣା ଲାଗୁ । ଦୈନିକ ହାଟ ଏବଂ ସାପ୍ତାହିକ ହାଟକୁ ବାରଣ କରାଯାଇଛି । କଟକଣା କୋହଳ ସମୟରେ ଟ୍ୟାକ୍ସି ଏବଂ ଅଟୋ ଚଳାଚଳ ଜାରି ରହିବ ।

କାଟେଗୋରୀ ‘A’ରେ ଥିବା ୨୦ ଜିଲ୍ଲା : ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଅନୁଗୋଳ, ଢେଙ୍କାନାଳ ଏବଂ କେନ୍ଦୁଝର ।

ସେହିଭଳି ବାକି ୧୦ ଜିଲ୍ଲାକୁ କାଟେଗୋରୀ ‘B’ରେ ରଖାଯାଇଛି । ଏହି ୧୦ ଜିଲ୍ଲାରେ କଟକଣା ସାମାନ୍ୟ କୋହଲ କରାଯାଇଛି । ୧୦ ଜିଲ୍ଲା ହେଉଛି ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର, ଭଦ୍ରକ ଏବଂ ମୟୂରଭଞ୍ଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.