ପୂର୍ବ ଭାରତରେ ଭୂମିକମ୍ପର ଝଟ୍‌କା ଅନୁଭୂତ

Published By : Prameya-News7 Bureau | September 12, 2018 IST

ପୂର୍ବ ଭାରତରେ ଭୂମିକମ୍ପର ଝଟକା ଅନୁଭୂତ । ପଶ୍ଚିମବଙ୍ଗ, ମଣିପୁର, ଆସାମ, ନାଗାଲାଣ୍ଡରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୬ ରହିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶର ରଙ୍ଗପୁର ବୋଲି ଜଣାପଡ଼ିଛି । ସେହିପରି ହରିୟାନା ଏବଂ ଜମ୍ମୁ-କାଶ୍ମୀରରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଜମ୍ମୁରେ ଆଜି ସକାଳେ ୫ଟା ୧୫ ମିନିଟ୍ ସମୟରେ ଅନୁଭୂତ ହୋଇଥିଲା । ରିକ୍ଟର୍ ସ୍କେଲରେ ଏହାର ତୀବ୍ରତା ଥିଲା ୪. ୬ । ସେହିପରି ହରିୟାନାରେ ୫.୪୩ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା ରିକ୍ଟର୍ ସ୍କେଲରେ ଏହାର ତୀବ୍ରତା ଥିଲା ୩.୧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.