ଅନୁଗୋଳରେ ମୃଦୁ ଭୂମିକମ୍ପ ଅନୁଭୂତ, ଲୋକେ ଆତଙ୍କିତ

Published By : Prameya-News7 Bureau | August 27, 2019 IST

ଅନୁଗୋଳ ୨୭|୮: ଅନୁଗୋଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଦୁଇ ସେକେଣ୍ଡ ପାଇଁ ଅମୁଭୂତ ହୋଇଥିବା ସୂଚନା ମିଳିଛି । ଭୂମିକମ୍ପ ହେବା ମାତ୍ରେ ଲୋକମାନେ ଭୟଭୀତ ହୋଇ ଲୋକମାନେ ନିଜ ନିଜ ଘରୁ ବାହାରକୁ ବାହାରିଆସିଥିଲେ । ଭୂମିକମ୍ପର ତୀବବ୍ରତା ସଂପର୍କରେ ସଠିକ୍ ଜଣାପଡିନଥିଲେ ନଥିଲେ ଏହା ଦୁଇ ସେକେଣ୍ଡ ପାଇଁ ଅନୁଭୂତ ହୋଇଥିବା କୁହାଯାଉଛି । ଭୂମିକମ୍ପ ଫଳରେ କୌଣସି ଅଘଟଣ ଘଟିନଥିବା ସୂଚନା ମିଳିଛି । ଥରେ ଭୂମିକମ୍ପ ଅନୁଭୂତ ହେବା ପରେ ପୁଣି ଦ୍ବିତୀୟ ଥର ଭୂମିକମ୍ପ ଅନୁଭୂତ ହେବା ନଜିର ରହିଛି । ତେବେ ପୁଣି ହେବା ବୋଲି ଲୋକେ ଆତଙ୍କିତ ହୋଇ ରହିଛନ୍ତି । ଅନୁଗୋଳ ଜିଲ୍ଲାରେ ବ୍ୟାପକ କୋଇଲା ଖଣି ରହିଥିବାରୁ ଏଠାରେ ସାମାନ୍ୟ ଭୂମିକମ୍ପ ମଧ୍ୟ ବଡ ଧରଣର ଅଘଟଣ ଘଟାଇବା ଆଶଙ୍କା ରହିଛି । ଭୂମିକମ୍ପ ସଂପର୍କରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ତୁରନ୍ତ କୌଣସି ବୁଲେଟିନ୍ ପ୍ରକାସ ପାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.