ଦୁନିଆର ସବୁଠାରୁ ଦୁର୍ଦ୍ଦାନ୍ତ ବକ୍ସରଙ୍କ ପତ୍ନୀଙ୍କର ଅନ୍ୟ ଜଣଙ୍କ ସହ ଥିଲା ଅନୈତିକ ସମ୍ପର୍କ : ଧରା ପଡିବା ପରେ...

Published By : Prameya-News7 Bureau | April 26, 2020 IST

ମାଇକ ଟାୟସନ ଦୁନିଆର ସବୁଠାରୁ ଦୁର୍ଦ୍ଦାନ୍ତ ବକ୍ସର | ସେ ରିଙ୍ଗକୁ ଆସିବା କ୍ଷଣି ତାଙ୍କ ବିରୋଧୀ ଭୟଭୀତ ହୋଇଯାଇଥାନ୍ତି | ୧୯୮୭ ମସିହାରେ ୨୦ ବର୍ଷ ବୟସରେ ଟାୟସନ ଡବ୍ଲୁବିସି, ଡବ୍ଲୁବିଏ ଏବଂ ଆଇଡବ୍ଲୁଏଫ ପୁରସ୍କାର ଜିତିଥିବା ଯୁବ ବକ୍ସର ଥିଲେ | କିନ୍ତୁ ତାଙ୍କ ଜୀବନ ସବୁବେଳେ ବିବାଦ ଘେରରେ ରହିଥିଲା | ଦୁଷ୍କର୍ମ ଅଭିଯୋଗରେ ସେ ୬ ବର୍ଷ ଜେଲରେ ଥିଲେ | ସେ ୩ ଥର ବିବାହ କରିଛନ୍ତି | ପ୍ରଥମ ପତ୍ନୀଙ୍କ ଠାରୁ ସେ ଛାଡପତ୍ର ଦେଇଥିଲେ କାରଣ ପ୍ରଥମ ପତ୍ନୀଙ୍କ ଜଣେ ଯୁବକଙ୍କ ସହ ଅନୈତିକ ସମ୍ପର୍କ ଥିଲା ଏବଂ ଟାୟସନ ତାଙ୍କୁ ରଙ୍ଗେ ହାଥ ଧରିଥିଲେ |

ଟାୟସନଙ୍କ ସବୁଠାରୁ ହାଇ ପ୍ରୋଫାଇଲ ସମ୍ପର୍କ ଆମେରିକୀୟ ମଡେଲ ରବୀନ ଗିବସନଙ୍କ ସହ ଥିଲା | ସାକ୍ଷାତ ପରେ ଉଭୟ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା | ୧୧ ମାସ ପରେ ଉଭୟ ବିବାହ କରିଥିଲେ | ଟାୟସନ ନିଜ ବହି 'ଅନଡିଷ୍ପ୍ୟୁଟେଡ଼ ଟ୍ରୁଥ' ରେ ଲେଖିଥିଲେ ଯେ, ୧୧ ମାସ ଗିବସନଙ୍କୁ ଡେଟ କରିବା ସମୟରେ ଗିବସନଙ୍କ ମା ତାଙ୍କ ସହ ସବୁ ଡେଟରେ ଆସୁଥିଲେ | ସେତେବେଳେ ଟାୟସନ ଜାଣିବାକୁ ପାଇଥିଲେ ଯେ ସେ ବାପା ହେବେ | ଏହାପରେ ଉଭୟ ୧୯୮୮ ମସିହାରେ ବିବାହ କରିଥିଲେ | କିନ୍ତୁ ବିବାହ ପରେ ଗିବସନଙ୍କ ଗର୍ଭପାତ ହୋଇଯାଇଥିଲା | ଏକ ସାକ୍ଷାତକାରରେ ଗିବସନ କହିଥିଲେ ଯେ ସେ ଟାୟସନଙ୍କୁ ଏବଂ ତାଙ୍କ କ୍ରୋଧକୁ ବହୁତ ଭୟ କରୁଥିଲେ | 

{"id":260474,"sizeSlug":"large"}

ଟାୟସନ ନିଜ ବହିରେ ଲେଖିଥିଲେ ଯେ, ସେ ଗିବସନଙ୍କୁ ବ୍ରେଡ ପିଟଙ୍କ ସହ ଦେଖିଥିଲେ | ସେତେବେଳେ ବ୍ରେଡ ପିଟ କହିଥିଲେ ଯେ ଆଉ କେବେ ଏହିଭଳି ଭୁଲ କରିବେନି | ବ୍ରେଡ ପିଟ ସେତେବେଳେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିଲେ | ଟାୟସନଙ୍କ କହିବାନୁଯାୟୀ, ସେତେବେଳେ ବ୍ରେଡଙ୍କ ଅବସ୍ଥା ଏମିତି ଥିଲା ସତେ ଯେମିତି ତାଙ୍କୁ କିଏ ତାଙ୍କୁ ହତ୍ୟା କରିବାକୁ ଯାଉଛି | ଏହି ଘଟଣା ପରେ ଟାୟସନ ଓ ଗିବସନଙ୍କ ବିବାହ ବିଚ୍ଛେଦ ଘଟିଥିଲା | 

ଏହାପରେ ମାଇକ ଟାୟସନ ଡାକ୍ତର ମୋନିକା ଟର୍ଣ୍ଣରଙ୍କୁ ଦ୍ୱିତୀୟ ବିବାହ କରିଥିଲେ | ଉଭୟଙ୍କ ପ୍ରଥମ ସାକ୍ଷାତ ୧୯୯୦ ମସିହାରେ କଳାକାର ଏଡି ମର୍ଫିଙ୍କ ପାର୍ଟିରେ ହୋଇଥିଲା | ଏହାପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା | ଜଣେ ୧୮ ବର୍ଷ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଟାୟସନଙ୍କୁ ୩ ବର୍ଷ ଜେଲ ହୋଇଥିଲା | ସେତେବେଳେ ମୋନିକା ଟାୟସନଙ୍କୁ ସାକ୍ଷାତ କରିବାକୁ ଜେଲକୁ ଯାଉଥିଲେ | ୧୯୯୭ ମସିହାରେ ଉଭୟ ମୁସଲମାନ ରୀତିନୀତି ଅନୁସାରେ ବିବାହ କରିଥିଲେ | ୪ ବର୍ଷ ପରେ ମୋନିକା ଛାଡପତ୍ର ପାଇଁ ଆବେଦନ କରିଥିଲେ | ସେତେବେଳେ ଉଭୟ ଦୁଇଟି ଶିଶୁ ଥିଲେ |

{"id":260471,"sizeSlug":"large"}

ମୋନିକାଙ୍କ ସହ ବିବାହ ବିଚ୍ଛେଦ ପରେ ଟାୟସନଙ୍କ ସାକ୍ଷାତ କିକିଙ୍କ ସହ ହୋଇଥିଲା | ସେତେବେଳେ କିକିଙ୍କୁ ୧୮ ବର୍ଷ ବୟସ ହୋଇଥିଲା | ଏହାପରେ ଉଭୟ ପରସ୍ପରକୁ ଡେଟ କରିଥିଲେ | ୨୦୦୯ ମସିହାରେ ଉଭୟ ବିବାହ କରିଥିଲେ | ସେତେବେଳେ ଟାୟସନଙ୍କ ଝିଅର ମୃତ୍ୟୁକୁ ଦୁଇ ସପ୍ତାହ ହୋଇଥିଲା | ଟାୟସନ ଓ କିକିଙ୍କ ସମ୍ପର୍କ ମଧ୍ୟ ଭଲ ନଥିଲା | ୨୦୦୮ ମସିହାରେ ଜାଲିଆତି ମାମଲାରେ କିକିଙ୍କୁ ୬ ମାସ ପାଇଁ ଜେଲ ପଠାଇ ଦିଆଯାଇଥିଲା | ସେତେବେଳେ ସେ ଗର୍ଭବତୀ ଥିଲେ | ଯେତେବେଳେ ସେ ଜେଲରୁ ବାହାରିଲେ ସେତେବେଳେ ଟାୟସନ ବିଭିନ୍ନ ନିଶା ଓ ଡ୍ରଗ୍ସ ଅଭ୍ୟସ୍ତ ହୋଇଯାଇଥିଲେ | ଟାୟସନ ଆଜି ମଧ୍ୟ କିକିଙ୍କ ସହ ଅଛନ୍ତି |

{"id":260472,"width":574,"height":430,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.