Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମାଇକ୍ ଅପରେଟରଙ୍କ ମୃତ୍ୟୁ

13/11/2019 at 11:59 AM

ଯାଜପୁର ୧୩।୧୧: ଯାଜପୁର ଜିଲ୍ଲା କୋରାଇ ଥାନା ଶାଳକଣା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ମନ୍ଦିରରୁ ମାଇକ୍ ସେଟ୍ ଖୋଲୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ସେହି ଗାଁର ଅଜୟ କୁମାର ସ୍ବାଇଁଙ୍କ ସାନ ପୁଅ ୨୧ବର୍ଷ ବୟସ୍କ କାଳନ୍ଦୀ ସ୍ବାଇଁ ।

ସୂଚନା ଅନୁଯାୟୀ କାଳନ୍ଦୀ ଏକ ଟେଣ୍ଟ ହାଉସରେ କାମ କରନ୍ତି । ତେବେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସେ ଗାଁରେ ଥିବା ଶିବ ମନ୍ଦିରରେ ମାଇକ୍ ସେଟ୍ ଲଗାଇଥିଲେ । ଗତକାଲି ପୂଜା ଶେଷ ହେବା ପରେ ସେ ବିଳମ୍ବିତ ରାତିରେ ଯାଇ ଗାଁ ଶିବ ମନ୍ଦିରରୁ ମାଇକ୍ ସେଟ୍ ଖୋଲୁଥିବା ସମୟରେ ଏହି ଅଘଟଣ ଘଟିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

   Related Posts