ସାଇବର ଆକ୍ରମଣ ପ୍ରସଙ୍ଗରେ ମୁହଁ ଖୋଲିଲେ ପମ୍ପେୟୋ, କହିଲେ ପଛରେ ଋଷର ହାତ ସ୍ପଷ୍ଟ

Published By : Prameya-News7 Bureau | December 19, 2020 IST

ୱାସିଂଟନ: ଆମେରିକା ବଡଧରଣର ସାଇବର ଆକ୍ରମଣର ଶିକାର ହୋଇଛି। ଆମେରିକା ସେକ୍ରେଟାରୀ ଅଫ ଷ୍ଟେଟ୍‌ ମାଇକ୍‌ ପମ୍ପେୟୋ ପ୍ରଥମ ଥର ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଯୁକ୍ତରାଷ୍ଟ୍ରର ଅନେକ ସଂଘୀୟ ଏଜେନ୍ସୀ, ହଜାର ହଜାର ବ୍ୟକ୍ତିଗତ ଓ ସଂଘୀୟ ଓ ଘରୋଇ ସଂସ୍ଥାଙ୍କ ବିରୋଧରେ ଏହି ବିଶାଳ ଆକ୍ରମଣ ହୋଇଥିବା ସେ କହିଛନ୍ତି। ଏଥିଲାଗି ସେ ଋଷିଆକୁ ସ୍ପଷ୍ଟ ଭାବେ ଦାୟି କରିଛନ୍ତି।

ଟ୍ରମ୍ପ ପ୍ରଶାସନର ପମ୍ପେୟୋ ପ୍ରଥମ ବ୍ୟକ୍ତି ଯିଏ ପ୍ରସଙ୍ଗରେ ଋଷିଆକୁ ଦୋଷ ଦେଇଛନ୍ତି।  ମାର୍କ ଲେଭିନ ସୋରେ ପମ୍ପେୟୋ ଏ ସମ୍ପର୍କରେ  କହିଥିବା ବେଳେ ଏହା କଣ ସେ ସଠିକ ଭାବେ କହିପାରିବେ ନାହିଁ ବୋଲି କହିଛନ୍ତି। କାରଣ ଆମେ ସଠିକ ରୂପେ ଅନପ୍ୟାକ୍ କରିଥିବା ବେଳେ ଯୁକ୍ତରାଷ୍ଟ୍ର ସରକାରୀ ସିଷ୍ଟମର ଏମ୍ବେଡ କୋଡ ତୃତୀୟ ପକ୍ଷ ସଫ୍ଟୱେର ଦ୍ୱାରା ହାତେଇ ନିଆଯାଇଛି। ଏବେ ସରକାରୀ ହେଉ କି ଘରୋଇ ସବୁ କମ୍ପ୍ୟୁଟର ଏକା ପରି ହୋଇଯାଇଛନ୍ତି।

ଏଥିରୁ ଋଷିୟମାନେ ଏପରି କାର୍ଯ୍ୟରେ ଏପର୍ଯ୍ୟନ୍ତ ଲାଗିଥିଲେ ବୋଲି ସ୍ପଷ୍ଟ ଜଣାପଡିଯାଇଛି ବୋଲି ପମ୍ପେୟୋ କହିଛନ୍ତି। ତେବେ ବିଶେଷଜ୍ଞମାନେ ତୃତୀୟ ପକ୍ଷ ସଫ୍ଟୱେରକୁ ଟାର୍ଗେଟ କରିବାକୁ ଯାଇ ସାଇବର ଆକ୍ରମଣକାରୀମାନେ ଆମେରିକା ସରକାରଙ୍କୁ ଅନ୍ଧ କରିଦେଇଥିବା କହୁଛନ୍ତି। ଯେଉଁଥିରେ ଦେଶର ଶକ୍ତି ବିଭାଗ ସମେତ ହୋମଲ୍ୟାଣ୍ଡ ସିକ୍ୟୁରିଟି, ଡିପାର୍ଟମେଣ୍ଟ ଅଫ ଷ୍ଟେଟ୍ ଓ ଟ୍ରେଜରୀ ବିଭାଗ ସମେତ ସଂଘୀୟ ବ୍ୟବସ୍ଥାରେ ସିନ୍ଧି କରିଛନ୍ତି।

ତେବେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରସଙ୍ଗରେ ଏବେବି ନିରବ ଥିବା ବେଳେ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଦାୟିତ୍ୱ ଗ୍ରହଣ କରିବାମାତ୍ରେ ଦେଶକୁ ପରିସ୍ଥିତିରୁ ବାହାର କରିଆଣିବୁ ବୋଲି କହିଛନ୍ତି। ନିର୍ବାଚନରେ ସାଇବର ସିକ୍ୟୁରିଟିକୁ ଆମେ ସର୍ବାଧିକ ପ୍ରାଧାନ୍ୟ ଦେଇଥିଲୁ ଓ ଦାୟିତ୍ୱଗ୍ରହଣ ମାତ୍ରେ ସେ ଦିଗରେ ନୂଆ ସରକାର ପ୍ରଥମ ପଦକ୍ଷେପ ନେବେ ବୋଲି ବାଇଡେନ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.