Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କରୋନା କାଳରେ ମୀକା ସିଂ ବଢାଇଲେ ସାହାଯ୍ୟର ହାତ, ଗରିବମାନଙ୍କୁ ବାଣ୍ଟିଲେ ଖାଦ୍ୟ

11/05/2021 at 8:26 AM

ମୁମ୍ବାଇ ୧୧/୦୫: କରୋନା ମହାମାରୀର ସଙ୍କଟରେ ବଲିଉଡର ସେଲିବ୍ରେଟମାନେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି। କେତେକ ଅକ୍ସିଜେନ୍ ସିଲିଣ୍ଡରର ସାହାଯ୍ୟ କରୁଥିବାବେଳେ ଆଉ କେହି ହସ୍ପିଟାଲରେ ବେଡ୍ । ଏହି ସମୟରେ ଗାୟକ ମୀକା ସିଂ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। କରୋନା ସଙ୍କଟରେ ମୀକା ଗରିବ ଲୋକଙ୍କୁ ଖାଇବାକୁ ଦେଉଛନ୍ତି । ମୀକା କହିଛନ୍ତି ଯେ ସେ ଏକ ଏନଜିଓ ମାଧ୍ୟମରେ ଲଙ୍ଗର ସେବା ଆରମ୍ଭ କରିଛନ୍ତି।

कोरोना काल में मीका सिंह ने बढ़ाया मदद का हाथ, गरीबों के लिए लगाया लंगर...

ସୋସିଆଲ ମିଡିଆରେ ମୀକା ସିଂଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ମୁମ୍ବାଇର ଅନ୍ଧେରି ଅଞ୍ଚଳରେ ଖାଦ୍ୟ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି । ମୀକା ରାସ୍ତାରେ ଯାଉଥିବା ଅଟୋ ଚାଳକ ଏବଂ ଆରୋହୀମାନଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି । ଫ୍ୟାନ୍ସମାନେ ମୀକାଙ୍କ ଏହି ପଦକ୍ଷେପକୁ ଖୁବ୍ ପ୍ରଶଂସା କରୁଛନ୍ତି ।

ଏହାପୂର୍ବରୁ ମୀକା ଦିଲ୍ଲୀର ୧୦୦୦ ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିଥିଲେ। ଏହା ପ୍ରଥମ ଥର ନୁହେଁ ଯେ ମୀକା ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏହାପୂର୍ବରୁ ସେ କୃଷକ ଆନ୍ଦୋଳନରେ ବସିଥିବା ଲୋକଙ୍କ ପାଇଁ ପାଣି ବୋତଲର ବ୍ୟବସ୍ଥା କରିଥିଲେ।

   Related Posts