Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କରୋନାରେ ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ମନ୍ତ୍ରୀ, ଏବେ ମାରୁଛନ୍ତି ପୋଛା, ଫୋଟୋ ଭାଇରାଲ

15/05/2021 at 9:43 PM

ମିଜୋରାମ, ୧୫।୦୫: କରୋନାର ଯୁଦ୍ଧ ସାରା ଭାରତ ଲଢୁଛି l ଏହା ମଧ୍ୟରେ ମିଜୋରାମ ସରକାରରେ ଥିବା ଜଣେ ମନ୍ତ୍ରୀଙ୍କ ଏକ ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି l ମନ୍ତ୍ରୀ ଜଣକ ଏହି ଫୋଟୋରେ ଏକ ପୋଛା ସାହାଯ୍ୟରେ ଡାକ୍ତରଖାନା ସଫା କରୁଥିବା ଦେଖିବାକୁ ମିଳିଛି l

ସୂଚନା ମୁତାବକ, ମିଜୋରାମର ବିଜୁଳି ମନ୍ତ୍ରୀ ଥିବା ଆର ଲାଲଜୀରଲୈନା କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ l ତାଙ୍କ ସହିତ ତାଙ୍କ ପୁଅ ଏବଂ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି l ଜୋରମ ମେଡିକାଲ କଲେଜର ଚଟାଣ ସଫା କରୁଥିବାର ଫୋଟୋ ତାଙ୍କର ଏବେ ଭାଇରଲ ହେଉଛି l

ତେବେ ଏନେଇ ଗଣମାଧ୍ୟମ ସଂସ୍ଥା ପିଟିଆଇକୁ ସେ ଦେଇଥିବା ଇଣ୍ଟରଭିଉରେ କହିଛନ୍ତି ଯେ ସେ ଏହା କୌଣସି ଡାକ୍ତର ବା ନର୍ସଙ୍କୁ ଶିକ୍ଷା ଦେବାପାଇଁ କରିନାହାନ୍ତି l ସେ ସମାଜକୁ କିଛି ଭଲ ବାର୍ତ୍ତା ଦେବା ପାଇଁ ଏହା କରିଛନ୍ତି l ଏଥିରୁ ସମସ୍ତେ ଶଖିବାର ଅଛି ବୋଲି ସେ କହିଛନ୍ତି l ତାଙ୍କ ପାଇଁ ଏଇ କାମ କିଛି ନୂଆ ନୁହେଁ ବୋଲି ସେ କହିଛନ୍ତି l ସମୟ ମିଳିଲେ ସେ ନିଜେ ଘର ସଫା କରିବା ସହିତ ଜିନିଷ ପତ୍ର ଦାୟିତ୍ୱର ସହ ସଜାଇ ରଖିଥାନ୍ତି ବୋଲି କହିଛନ୍ତି l

   Related Posts