Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ସମୁଦ୍ର ମଝିରେ ଓଲଟିଲା ଡଙ୍ଗା, ଚାଲିଗଲା ୩୯ ପ୍ରବାସୀଙ୍କ ଜୀବନ

10/03/2021 at 8:39 AM

ଟ୍ୟୁନିସିୟା ୧୦।୦୩ : ସମୁଦ୍ର ପାଣି ପାଲଟିଲା କାଳ । ଜୀବନ ବଞ୍ଚିବା ପାଇଁ ନୂତନ ସ୍ଥାନ ସନ୍ଧାନରେ ଆସୁଥିବା ବେଳେ ଘଟିଲା ଅଘଟଣ । ୯୩ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଡଙ୍ଗା , ମଝି ସମୁଦ୍ରରେ ଓଲଟିଲା । ଯେଉଁଥିରେ ୩୯ଜଣଙ୍କର ମୃତ୍ୟୁ ହୋଇଥିବା ଅନ୍ୟ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏବେ ବି ସମୁଦ୍ରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ ଆଫ୍ରିକୀୟ ଦେଶ ଟ୍ୟୁନିସିୟାର ସମୁଦ୍ରରେ ଏକ ଅଘଟଣ ଘଟିଯାଇଛି । ୯୩ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମଝିରେ ସମୁଦ୍ରରେ ଓଲଟିଯାଇଛି । ଯାହାଫଳରେ ଡଙ୍ଗାରେ ଥିବା ୩୯ଜଣ ପ୍ରବାସୀଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଓ ମହିଳା ଥିବା ସୂଚନା ରହିଛି ।

ସେହିପରି ଡଙ୍ଗାରେ ଥିବା ଅନ୍ୟ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ କେବଳ ଗୋଟିଏ ଡଙ୍ଗା ନୁହେଁ, ଅଘଟଣ ଘଟିଥିବା ସ୍ଥାନଠାରୁ କିଛି ଦୂରରେ  ଥିବା ଆଉ ଏକ ଡ଼ଙ୍ଗା ବୁଡିଯାଇଥିଲା । କିନ୍ତୁ ସେଥିରୁ କିଛି ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ସମୁଦ୍ର ମଝିରୁ ମୋଟ ୧୬୫ଜଣଙ୍କୁ ଉଦ୍ଧାର କରାଯାଇଛି ।

ତେବେ ନିଜ ଦେଶରେ ନିର୍ଯାତନାର ଶିକାର ହେଉଥିବା ଲୋକମାନେ ନିଜର ଆଫ୍ରିକୀୟ ଦେଶରୁ ଡଙ୍ଗା ଯୋଗେ ଇଟଲୀ ଅଭିମୁଖେ ଯାଉଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା କିଛି ଅଲଗା ଥିଲା । ଜୀବନ ବଞ୍ଚିବା ପାଇଁ ନୂତନ ସ୍ଥାନ ଖୋଜିବା ବେଳେ ମଝିରେ ସମୁଦ୍ରରେ ବୁଡିଗଲା ଡଙ୍ଗା । ଚାଲିଗଲା ୩୯ଜଣ ପ୍ରବାସୀଙ୍କ ଜୀବନ ।  

ସେପଟେ ଦୁର୍ଘଟଣାଗ୍ରସ୍ତ ଡଙ୍ଗାଟି ଅତି ଶୋଚନୀୟ ଅବସ୍ଥାରେ ରହିଥିଲା । ଡଙ୍ଗାରେ ଆବଶ୍ୟକ ଠାରୁ ଅଧିକ ଲୋକ ବସିଥିଲେ ବୋଲି ଏପରି ଅଘଟଣ ଘଟିଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି । ଏବେ ବି ସମୁଦ୍ରରେ ସର୍ଚ୍ଚ ଅପରେନସନ ଜାରି ରହିଛି । ଆଉ କିଛି ଲୋକ ପାଣିରେ ବୁଡି ରହିଥିବା ଅନୁମାନରେ ସନ୍ଧାନ ଜାରି ରହିଛି ।

.

   Related Posts