ଆନ୍ଧ୍ରପ୍ରଦେଶରୁ ସାଇକେଲରେ ଆସିଲେ ପ୍ରବାସୀ, ନିଜ ଜିଲ୍ଲାରେ ପହଞ୍ଚିବାକୁ ଲାଗିଲା ୭ଦିନ

Published By : Prameya-News7 Bureau | May 11, 2020 IST

ଭଦ୍ରକ ୧୧।୦୫: କରୋନା ମହାମାରୀ ନେଇ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଏହି ଲକ୍‌ଡାଉନ୍‌ ପାଇଁ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ଅନେକ ପ୍ରବାସୀ ଓଡିଆ । ସେଠୁ ଆସିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି ପ୍ରବାସୀମାନେ । ତେବେ ବିଭିନ୍ନ କଟକଣା ସତ୍ତ୍ୱେ ଏବେ ବି ଗାଁକୁ ଆସୁଛନ୍ତି ପ୍ରବାସୀ ଓଡ଼ିଆ । କୌଣସି ସରକାରୀ କି ବେସରକାରୀ ଗାଡିରେ ନୁହେଁ ନିଜ ସାଇକେଲ ଯୋଗେ ଆନ୍ଧ୍ରପ୍ରଦେଶର ଗୁଣ୍ଠୁରରୁ ବାହାରି ୭ ଦିନ ପରେ ଭଦ୍ରକ ରେ ପହଞ୍ଚିଛନ୍ତି ଜନୈକ ବ୍ୟକ୍ତି ।

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୁବେରା ପଞ୍ଚାୟତ ର ନିଜ ଗାଁରେ ପହଞ୍ଚିଛନ୍ତି ନିର୍ମଳ ବାରିକ ନାମକ ବ୍ୟକ୍ତି । ସେ ନିଜ ଗାଁରେ ପହଞ୍ଚିବା ପରେ ସରପଞ୍ଚ ତାଙ୍କୁ ଭଣ୍ଡାରିପୋଖରୀ ସ୍ଥିତ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ପାଇଁ କହିଥିଲେ । ସେ ପୂର୍ବରୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ରହିବା ପରେ ଗାଁକୁ ଫେରିଥିବା କହିଛନ୍ତି ପ୍ରବାସୀ ଓଡ଼ିଆ । କିନ୍ତୁ ଗାଁକୁ ସରପଞ୍ଚ ନ ଛାଡି ଭଣ୍ଡାରିପୋଖରୀକୁ ଯିବା ପାଇଁ କହିଛନ୍ତି । ସରକାରୀ ନିୟମ ଅନୁଯାୟୀ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ କ୍ଵରେଣ୍ଟାଇନରେ ରଖାଯିବା ନେଇ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.