ସୁରଟରେ ଶ୍ରମିକଙ୍କ ଲଙ୍କାକାଣ୍ଡ, ଘରକୁ ଫେରିବା ଦାବିରେ କଲେ ଜଳାପୋଡ଼ା

Published By : Prameya-News7 Bureau | April 11, 2020 IST

ସୁରଟ ୧୧।୦୪: ଲକ୍ ଡାଉନ୍ ଯୋଗୁଁ ଗୁଜରାଟ ସୁରଟରେ ସମସ୍ୟା ଭୋଗୁଛନ୍ତି ଲକ୍ଷାଧିକ ଓଡ଼ିଆ । ଡାଇମଣ୍ଡ ନଗର ଅଂଚଳର ହଜାର ହଜାର ଶ୍ରମିକ ଖାଇବାକୁ ନପାଇ  ଲକ୍ ଡାଉନ୍ ନିୟମ ଉଲଂଘନ କରି ରାଜରାସ୍ତାକୁ ଓହ୍ଲାଇଥିଲେ । ରାସ୍ତାରେ ନିଆଁ ଜାଳି ଆନ୍ଦୋଳନ କରିଥିଲେ ।

{"id":252179,"sizeSlug":"large"}

 ଲୋକଙ୍କ ଅଭିଯୋଗ ହେଲା ସୂତା କଳ ମାଲିକ ଲକ୍ ଡାଉନ ପରେ ସେମାନଙ୍କ ସମସ୍ୟା ବୁଝୁ ନାହାନ୍ତି ।  ଲକ୍ ଡାଉନ୍ ପରଠାରୁ ସପ୍ତାହକୁ ମାତ୍ର ୫୦୦ ଟଙ୍କା ଘର ଖର୍ଚ ପାଇଁ ଦେଉଛନ୍ତି । ଯାହା ପରିବାର ଚଳାଇବାରେ ଅସମ୍ଭବ । ଏ ବିଷୟରେ ଶ୍ରମିକ ମାନେ ସୁରଟ ଜିଳ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ କିଛି ପଦକ୍ଷେପ ନିଆନଯିବାରୁ ବାଧ୍ୟ ହୋଇ ଲୋକ ରାସ୍ତାକୁ ଓହ୍ଲାଇଥିଲେ । ପରେ ରାସ୍ତାରେ ପୋଡାଜଳା କରିଥିଲେ । କିଛି ସମୟ ଧରି ଏପରି ଚାଲିବା ପରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.