ଦିଲ୍ଲୀର ଆନନ୍ଦ ବିହାରରେ ଭୟାନକ ଦୃଶ୍ୟ, ଅବ୍ୟବସ୍ଥା ମଧ୍ୟରେ ଘର ମୁହାଁ ହଜାର ହଜାର ଶ୍ରମିକ, କେମିତି ହେବ କରୋନାର ମୁକାବିଲା

Published By : Prameya-News7 Bureau | March 28, 2020 IST

ନୂଆଦିଲ୍ଲୀ ୨୮।୦୩: କରୋନା ଭାଇରସର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ର ଘୋଷଣା କରାଯାଇଛି। ଏହା ସହିତ ଲୋକଙ୍କୁ ଘରେ ରହିବାକୁ ଅପିଲ୍ କରାଯାଉଛି। ମାତ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ଦିନ ମଜୁରିଆ ଓ ଗରିବଙ୍କ ମୁସ୍କିଲ ଦୟନୀୟ ହୋଇ ପଡିଛି। କାମ ଧନ୍ଦା ସହିତ ଦୋକାନ ବଜାର ସବୁ ବନ୍ଦ ରହିବାରୁ ସେମାନଙ୍କୁ ଦି ଓଳି ଖାଇବା ମଧ୍ୟ ମିଳିବା ମୁସ୍କିଲ ହୋଇ ପଡିଛି। ଫଳରେ ସେମାନଙ୍କୁ ଗାଁ ଓ ଘର କଥା ମନେ ପଡିଛି। ଦିଲ୍ଲୀ ସମେତ ସମଗ୍ର ଦେଶରେ ଶ୍ରମିକମାନେ ନିଜ ଗାଁକୁ ପଳାୟନ କରୁଥିବା ଖବର ସାମ୍ନାକୁ ଆସିବାରେ ଲାଗିଛି, ଯାହା ଏକ ବଡ ଚ୍ୟାଲେଞ୍ଜ ଭାବେ ଉଭା  ହୋଇ ରହିଛି। ଏହାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ଉଠାଇଛନ୍ତି। ତଥାପି ଦିଲ୍ଲୀ-ଏନସିଆରରେ ସ୍ଥିତି ଅତ୍ୟନ୍ତ ଦୟନୀୟ  ହୋଇ ପଡିଛି। ଦିଲ୍ଲୀର ଆନନ୍ଦ ବିହାର ବସ୍ ଷ୍ଟାଣ୍ଡରେ ପ୍ରାୟ ୧୦ ହଜାରରୁ ଅଧିକ ଶ୍ରମିକ ନିଜ ଘରକୁ  ଯିବାକୁ ଭିଡ ଜମାଇ ରଖିଛନ୍ତି। ଧୌଲାକୁଆଁରେ ମଧ୍ୟ ସ୍ଥିତି ଠିକ୍ ଏମିତି ରହିଛି, ଏଠାରେ ମଧ୍ୟ ହଜାର ସଂଖ୍ୟକ ଶ୍ରମିକ ସଡକକୁ ଓହ୍ଲାଇ ଆସିଛନ୍ତି।

wp:core-embed/twitter {"url":"https://twitter.com/ANI/status/1243910946365607936?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fmetro%2Fdelhi%2Fother-news%2Fcoronavirus-lockdown-migrant-workers-in-large-numbers-at-delhi-anand-vihar-bus-terminal%2Farticleshow%2F74866059.cms","type":"rich","providerNameSlug":"twitter","className":""}
https://twitter.com/ANI/status/1243910946365607936?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fmetro%2Fdelhi%2Fother-news%2Fcoronavirus-lockdown-migrant-workers-in-large-numbers-at-delhi-anand-vihar-bus-terminal%2Farticleshow%2F74866059.cms
/wp:core-embed/twitter

ଆନନ୍ଦ ବିହାର ବସ ଷ୍ଟାଣ୍ଡରେ ହଜାର ହଜାର ଲୋକ

ଲକ୍‌ଡାଉନ୍‌ କାରଣରୁ ରହିବାକୁ ଏବଂ ଖାଇବାକୁ ବ୍ୟବସ୍ଥା ହୋଇନ ପାରିବାରୁ ଲୋକେ ନିଜ ନିଜର ଗାଁ ଫେରି ଯିବାକୁ ବିବଶ  ହୋଇ ପଡିଛନ୍ତି। ଏହି ଶ୍ରମିକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କ୍ରମାଗତ ଜରୁରୀ ପଦକ୍ଷେପ ଉଠାଉଛନ୍ତି। ସେମାନଙ୍କ ପାଇଁ ଖାଦ୍ୟପେୟର ଯଥା ସମ୍ଭବ ବ୍ୟବସ୍ଥା କରାଯାଉଛି। ଏହା ପରେ ବି ରାଜଧାନୀ ଦିଲ୍ଲୀରେ ରହିବାକୁ ଶ୍ରମିକମାନେ ପ୍ରସ୍ତୁତ ନାହାନ୍ତି।

{"id":245592,"sizeSlug":"large"}

ଏହି ସବୁ ଶ୍ରମିକ ଓ ଦିନ ମଜୁରିଆ ନିଜ ଗାଁକୁ ଯିବାକୁ  ଅଣ୍ଟା ଭିଡିଛନ୍ତି। ଏହି କାରଣରୁ ବଡ ସଂଖ୍ୟାରେ ଶ୍ରମିକ ଏବେ ସଡକକୁ ଓହ୍ଲାଇ ଆସିଛନ୍ତି। ବିଶେଷ କରି ଆନନ୍ଦ ବିହାର ବସ ଷ୍ଟାଣ୍ଡକୁ ହଜାର ହଜାର ଶ୍ରମିକଙ୍କ ଭିଡ ଜମିବାରୁ ସେଠାରେ ଉତ୍ତେଜନାପୂର୍ଣ୍ଣ ମାହୋଲ ରହିଛି।

କରୋନା ଭାଇରସର ଭୟ ଏହି ସବୁ ଶ୍ରମିକଙ୍କ ମନରେ ଥିଲେ ମଧ୍ୟ ଲକ୍‌ଡାଉନ୍‌ ପରେ ଖାଦ୍ୟପେୟ ସମସ୍ୟା ସେମାନଙ୍କ ପାଇଁ ସବୁଠୁ ବଡ  ମୁସ୍କିଲ ପରିସ୍ଥିତି ସୃଷ୍ଟି କରିଛି। ସେମାନଙ୍କୁ ଲାଗୁଛି ଯେ, ଗାଁକୁ ଚାଲିଗଲେ ସେଠାରେ ମୁସ୍କିଲ କିଛିଟା କମ ହୋଇପାରେ। ମାତ୍ର ଯାତାୟାତ ଏବଂ ପରିବହନ ସଂପୂର୍ଣ୍ଣ ଠପ୍ ହୋଇ ପଡିଥିବାରୁ ସେମାନେ ଏବେ କଣ କରିବେ କିଛି ବୁଝି ପାରୁ ନାହାନ୍ତି।

{"id":245593,"sizeSlug":"large"}

ଏହା ମଧ୍ୟରେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ବସ୍ ଚଳାଯିବା ନିଷ୍ପତ୍ତିକୁ ଦେଖି ହଜାର ସଂଖ୍ୟକ ଶ୍ରମିକ ଦିଲ୍ଲୀର ଆନନ୍ଦ ବିହାର ବସ ଷ୍ଟାଣ୍ଡରେ ଜମା ହୋଇ ଯାଇଛନ୍ତି। ମନରେ କେବଳ ଗୋଟିଏ ଆଶା ସେମାନଙ୍କୁ ଖୁବ୍ ଶୀଘ୍ର ବସ୍ ମିଳିଯିବ ଏବଂ ସେମାନେ ନିଜ ଘରକୁ ଯାଇ ପାରିବେ।

ନା କରୋନାକୁ ଭୟ ନା ସାମାଜିକ ଦୂରତ୍ଵକୁ ନେଇ ସମ୍ବେଦନଶୀଳ

ନିଜ ଘରକୁ ଯିବା ପାଇଁ ଆନନ୍ଦ ବିହାରରେ ଜୁଟିଥିବା ଶ୍ରମିକଙ୍କୁ କରୋନାର କୌଣସି ଭୟ ନାହିଁ। ସେମାନଙ୍କର ସାମାଜିକ ଦୂରତ୍ଵ ପ୍ରତି ମଧ୍ୟ କୌଣସି ସମ୍ବେଦନଶୀଳ ନାହିଁ। ଶ୍ରମିକଙ୍କ ଏହି ଭିଡ କେବଳ ଘରକୁ ଫେରିଯିବାକୁ ଚାହୁଁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.