ଗୋଟିଏ ଗୁଜବ: ମୁମ୍ବାଇରେ ଫସର ଫାଟିଲା ଲକ୍‌ଡାଉନ୍, ଷ୍ଟେସନରେ ଜମିଲା ହଜାର ହଜାର ଶ୍ରମିକଙ୍କ ଭିଡ

Published By : Prameya-News7 Bureau | April 14, 2020 IST

ମୁମ୍ବାଇ ୧୪।୦୪: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଲାଗୁ ହୋଇଥିଲା। ଏହାର ଆଜି ଅନ୍ତିମ ଦିନ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମହାମାରୀରେ ଉପୁଜିଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଅବଧିକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ମାତ୍ର ଏହି ନିଷ୍ପତ୍ତିକୁ ନେଇ ମୁମ୍ବାଇରେ ପ୍ରବାସୀ ଶ୍ରମଜୀବୀଙ୍କ ମଧ୍ୟରେ ଗୁଜବ ପ୍ରଚାରିତ ହେଲା ଯେ, ଲକ୍‌ଡାଉନ୍‌ ଶେଷ ହୋଇ ଯାଇଛି। ଏହା ପରେ ମୁମ୍ବାଇ ବାନ୍ଦ୍ରା ରେଲଓ୍ଵେ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ପ୍ରବଳ ଭିଡ ଜମିଥିଲା।

{"id":254208,"sizeSlug":"large"}

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ କରୋନା ଭାଇରସ୍‌ରେ ଶୋଚନୀୟ ଭାବେ ପ୍ରଭାବିତ ହୋଇଛି। ଲକ୍‌ଡାଉନ୍‌ ସମୟରେ ବାନ୍ଦ୍ରା ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଭିଡ ଜୁଟିବା ସମୟରେ କେହି ପୋଲିସ୍ ନଥିଲେ। ଲୋକଙ୍କ ଭିଡ ଏତେ ଜମିଲା ଯେ, ସମ୍ଭାଳିବା ମୁସ୍କିଲ ହୋଇଥିଲା।

ଶ୍ରମଜୀବୀଙ୍କୁ ଆଜି ଲାଗିଲା ଯେ, ଲକ୍‌ଡାଉନ୍‌ ଶେଷ ହୋଇ ଯାଇଛି। ଏହା ପରେ ନିଜ ନିଜ ଘରକୁ ଯିବା ପାଇଁ ଷ୍ଟେସନରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ ଜମିଥିଲା। ଏହାର ସୂଚନା ମିଳିବା ମାତ୍ରେ ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭିଡ ନିୟନ୍ତ୍ରଣ କରିବାକୁ ଲାଠି ଚାର୍ଜ କରିଥିଲା।

{"id":254209,"sizeSlug":"large"}

ବାନ୍ଦ୍ରା ଷ୍ଟେସନରେ ଭିଡ ଏମିତି ଥିଲା ଯେ, ସାମାଜିକ ଦୂରତ୍ଵ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିଲା। ଘରକୁ ଯିବାକୁ ଷ୍ଟେସନରେ ଶ୍ରମିକଙ୍କ ଜନସମୁଦ୍ର ଦେଖିବାକୁ ମିଳିଥିଲା। ଶ୍ରମିକଙ୍କ କହିବା କଥା ସେମାନଙ୍କୁ ଏଠାରେ ଠିକ୍‌ରେ ଖାଇବାକୁ ମିଳୁନାହିଁ। ତେଣୁ ସେମାନେ ଘରକୁ ଯିବାକୁ ଚାହାନ୍ତି।  

{"id":254210,"sizeSlug":"large"}

ଉଲ୍ଲେଖଯୋଗ୍ୟ, ମୁମ୍ବାଇରେ ମଙ୍ଗଳବାର କରୋନାର ୨୦୪ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ସହିତ ୨୪ ଘଣ୍ଟାରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ପ୍ରକାରେ କେବଳ ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୫୩କୁ ବୃଦ୍ଧି ଘଟିଛି। ମୁମ୍ବାଇ ସହରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୧କୁ ବୃଦ୍ଧି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.