Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି: ଶ୍ରମିକଙ୍କଠୁ ନିଆଯିବ ନାହିଁ ବସ୍ ଓ ଟ୍ରେନ୍ ଭଡା, ରାଜ୍ୟ ପୈଠ କରିବେ ସବୁ ଅର୍ଥ, ଭୋଜନ ବ୍ୟବସ୍ଥା କରିବେ

28/05/2020 at 3:46 PM

ନୂଆଦିଲ୍ଲୀ ୨୮।୦୫: ସମଗ୍ର ଦେଶରେ ଲକ୍‌ଡାଉନ୍‌ କାରଣରୁ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଓ ସେମାନଙ୍କର ଦୁଃଖ ଦୁର୍ଦ୍ଦଶାକୁ ନେଇ ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ ବଡ ନିଷ୍ପତ୍ତି ଶୁଣାଇଛନ୍ତି। ସୁପ୍ରିମକୋର୍ଟ ନିଜର ଅନ୍ତରୀଣ ଆଦେଶରେ ଶ୍ରମିକଙ୍କଠୁ ବସ୍‌, ଟ୍ରେନ୍‌ ଭଡା ନିଆଯିବ ନାହିଁ ବୋଲି କହିଛନ୍ତି। କୋର୍ଟ ଶ୍ରମିକଙ୍କ ଭଡା ପୈଠ କରିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି। ରାଜ୍ୟ ସରକାର ଶ୍ରମିକଙ୍କୁ ନିଜ ନିଜର ରାଜ୍ୟକୁ ଫେରାଇ ନେବା କାର୍ଯ୍ୟକୁ ଶୀଘ୍ର ତ୍ଵରାନ୍ଵିତ କରନ୍ତୁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତିରେ କହିଛନ୍ତି, ପ୍ରବାସୀ ଶ୍ରମିକଙ୍କଠୁ ଟ୍ରେନ୍ କିମ୍ବା ବସରେ ଯାତ୍ରା ସମୟରେ କୌଣସି ଭଡା ନିଆଯିବ ନାହିଁ। ଅଦାଲତ କହିଛନ୍ତି, ବିଭିନ୍ନ ସ୍ଥାନରେ ଫସି ରହିଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କ ଲାଗି ସମ୍ବନ୍ଧିତ ରାଜ୍ୟ ଓ କେନ୍ଦ୍ର ଶାସିତ ସରକାରଙ୍କ ଦ୍ଵାରା ଭୋଜନ ବ୍ୟବସ୍ଥା କରାଯିବ। ଏହା ବ୍ୟତୀତ ଶ୍ରମିକଙ୍କୁ ଟ୍ରେନ୍ କିମ୍ବା ବସ୍‌ରେ ଯାତ୍ରା କରିବାର ସମୟ ମଧ୍ୟ ସୂଚିତ କରାଯିବ।

ଶ୍ରମିକଙ୍କୁ ନେଇ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଆଦେଶ

ଯେଉଁ ରାଜ୍ୟରେ ପ୍ରବାସୀ ଶ୍ରମିକ ଅଟକିଛନ୍ତି ସେଠାରେ ସେମାନଙ୍କର ରହିବା ଏବଂ ଭୋଜନ ଓ ପାଣିର ବ୍ୟବସ୍ଥା ରାଜ୍ୟ ସରକାର କରିବେ। ରାଜ୍ୟ ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ କରିବ ଏବଂ ଏହା ସୁନିଶ୍ଚିତ କରିବା ପରେ ଏକ ନିର୍ଦ୍ଧାରିତ ତାରିଖରେ ଟ୍ରେନ୍ କିମ୍ବା ବସ୍‌ରେ ଶ୍ରମିକଙ୍କ ଯିବା ଲାଗି ବ୍ୟବସ୍ଥା କରିବ। ସମସ୍ତ ସୂଚନା ଶ୍ରମିକଙ୍କୁ ଦିଆଯିବ। ଖଣ୍ଡପୀଠ ସ୍ପଷ୍ଟ ଶବ୍ଦରେ କହିଛନ୍ତି, ଏହି ଆଦେଶ କେନ୍ଦ୍ର ସରକାରଙ୍କ  ପାଇଁ ନୁହେଁ ବରଂ ରାଜ୍ୟ ସରକାରଙ୍କ ଲାଗି ଉଦ୍ଦିଷ୍ଟ।

ସୁପ୍ରିମକୋର୍ଟ ନିଜର ନିର୍ଦ୍ଦେଶରେ କହିଛନ୍ତି, ଟ୍ରେନ୍ କିମ୍ବା ବସ୍‌ରେ ଯାତ୍ରା ସମୟରେ ଆରମ୍ଭ ଏବଂ ଗନ୍ତବ୍ୟ ସ୍ଥଳରେ ରାଜ୍ୟ ସରକାର ଖାଦ୍ୟ ବ୍ୟବସ୍ଥା କରିବେ। ଯାତ୍ରା ସମୟରେ ରେଲଓ୍ଵେ ଖାଦ୍ୟ ଯୋଗାଇ ଦେବେ। ଟ୍ରେନ୍ କିମ୍ବା ବସ୍‌ରେ ଚଢିବାଠୁ ନେଇ ଘର ପର୍ଯ୍ୟନ୍ତ ପହଞ୍ଚିବା ଯାଏ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଓ ପାଣି ଯୋଗାଇବାର ଦାୟିତ୍ଵ ରାଜ୍ୟ ଏବଂ କେନ୍ଦ୍ର ଶାସିତ ରାଜ୍ୟ ଉପରେ ରହିବ।

ସୁପ୍ରିମକୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁ ଶ୍ରମିକ ସଡକରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳେ ତେବେ ରାଜ୍ୟ ସରକାର ସେମାନଙ୍କୁ ସେଲ୍‌ଟର ହୋମ୍‌ ଆଣି ଖାଦ୍ୟ ଦେବା ସହ ଘରକୁ ପହଞ୍ଚାଇବାର ସମସ୍ତ ବ୍ୟବସ୍ଥା କରନ୍ତୁ। ଯେବେ ବି ଏବଂ ଯେଉଁଠି ବି ରାଜ୍ୟକୁ  ଯେତେ ଟ୍ରେନ୍‌ର ଆବଶ୍ୟକତା ରହିଛି, ରେଲଓ୍ଵେ ସେମାନଙ୍କୁ ଟ୍ରେନ୍ ଯୋଗାଇ ଦେବ।

ଗତ ଶୁଣାଣିରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ରାଜ୍ୟଗୁଡିକୁ ନୋଟିସ୍ ଜାରି କରି ଏହା ଉପରେ ଉତ୍ତର ଦେବାକୁ କହିଥିଲା। ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ ଯେ, ଏ ପର୍ଯ୍ୟନ୍ତ ପ୍ରବାସୀ ଶ୍ରମିକଙ୍କ  ଲାଗି କେନ୍ଦ୍ର ସରକାର କଣ କଣ ପଦକ୍ଷେପ ନେଇଛନ୍ତି ଦର୍ଶାନ୍ତୁ। ଅଦାଲତ କହିଛନ୍ତି, ଏ ପର୍ଯ୍ୟନ୍ତ ଶ୍ରମିକଙ୍କ ଲାଗି ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇ ନାହିଁ। ପ୍ରବାସୀ ଶ୍ରମିକଙ୍କ ଲାଗି ଏହା ସବୁଠୁ କଠିନକର ସମୟ। ଏମିତି ସଙ୍କଟ ଜନକ ସ୍ଥିତିରେ ସେମାନଙ୍କ ସହାୟତା ଲାଗି ଠୋସ୍ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଆଜିର ଶୁଣାଣି ଶୀର୍ଷ ଅଦାଲତ କହିଛନ୍ତି, ସରକାର ଯେମିତି ହେଲେ ସୁନିଶ୍ଚିତ କରିବେ ଯେ, କୌଣସ ବି ପ୍ରବାସ ଶ୍ରମିକଙ୍କଠୁ ଭଡା ବାବଦରେ ଟଙ୍କାଟିଏ ମଧ୍ୟ ନିଆଯିବ ନାହିଁ।  

   Related Posts