ମହିଳା ଆଇଆଇସି ବୁଝିଲେ ମାଆର କଷ୍ଟ, ପୋଲିସ ଭ୍ୟାନରେ ପ୍ରବାସୀଙ୍କ କରାଇଲେ ଡେଲିଭରୀ

Published By : Prameya-News7 Bureau | May 24, 2020 IST

ଝାରସୁଗୁଡା, ୨୪|୦୫:   ସାରା ଦେଶରେ ଜାରି ରହିଛି ଲକଡାଉନ୍ । ଏହି ସମୟରେ ରାଜ୍ୟ ସରକାର ବିଭିନ୍ନ ରାଜ୍ୟରୁ ପ୍ରବାସୀଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରୁଛନ୍ତି । କେତେକ ସ୍ଥାନରେ ପ୍ରବାସୀଙ୍କଠାରୁ ନିକଟ ସମ୍ପର୍କୀୟ ଦୂରେଇ ଯାଉଥିବା ଖବର ମଧ୍ୟ ସାମ୍ନାକୁ ଆଶିଛି । ତେବେ ଏହି ସମୟରେ ଝାରସୁଗୁଡା ପୋଲିସ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ।  

{"id":275458,"width":750,"height":423,"sizeSlug":"large"}

ବାହାର ରାଜ୍ୟରୁ ଫେରୁଥିବା ବା ପ୍ରବାସୀଙ୍କ ଠାରୁ ସମସ୍ତେ ଦୁରେଇ ରହିବା ସହ ସେମାନଙ୍କ କ୍ବାରେଣ୍ଟାଇନ ବ୍ୟବସ୍ଥା ରହିଛି । ତେବେ ଜଣେ ପ୍ରବାସୀ ମହିଳାଙ୍କ ପ୍ରସବ ବେଦନା ସହି  ନ ପାରୁଥିବା ବେଳର କଷ୍ଟକୁ ମରମେ ମରମେ ଅନୁଭବ କରିଥିଲେ ଝାରସୁଗୁଡା ଥାନା ଆଇଆଇସି ସାବିତ୍ରୀ ବଳ।ତେଣୁ କୋଭିଡ ଭୟ ତ୍ୟାଗ କରିବା ସହ ସାମାଜିକ ଦୂରତା କଥା ମଧ୍ୟ ଭୁଲି ଯାଇଥିଲେ ସେ।

{"id":275459,"sizeSlug":"large"}

ହାଇଦ୍ରାବାଦରୁ ଶ୍ରମିକ ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନରେ ବିହାରର ଦାନାପୁର ଯାଉଥିବା ବେଳେ ବାଟରେ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ ଜଣେ ମହିଳା।ମହିଳାଙ୍କ କଷ୍ଟ ଜାଣିବା ପରେ ଝାରସୁଗୁଡା ରେଳ ଷ୍ଟେସନରେ  ଟ୍ରେନ ଅଟକିଥିଲା।ଝାରସୁଗୁଡା ଷ୍ଟେସନରେ ଷ୍ଟପେଜ୍ ନଥିବା ସତ୍ତ୍ୱେ ଟ୍ରେନକୁ ଅଟକାଇବାକୁ ପଡିଥିଲା। ପୂର୍ବ ସୂଚନା ପାଇ ପ୍ରସ୍ତୁତ ଥିଲା ପୋଲିସ । କିନ୍ତୁ ଆମ୍ବୁଲାନ୍ସ ପହଞ୍ଚିବା ଡେରି ହେବାରୁ ଝାରସୁଗୁଡା ଥାନା ଆଇଆଇସି  ପିସିଆର ଗାଡିରେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ବେଳେ ମହିଳାଜଣଙ୍କ ବାଟରେ ଶିଶୁକନ୍ୟା ଜନ୍ମଦେଇଥିଲେ।ପୋଲିସ ଉଭୟ ମା ଓ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି ଲରାଇଛି।ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.