ପୁଣି ଟ୍ରେନ୍ ଚେନ୍ ପୁଲିଂ କରି ମାରିଲେ ଛୁ, ହୁମ୍ମା ଷ୍ଟେସନ ନିକଟରେ ୩୫ ପ୍ରବାସୀ ଅଟକ

Published By : Prameya-News7 Bureau | May 27, 2020 IST

ଖଲ୍ଲିକୋଟ ୨୭।୫: ଦେଶବ୍ୟାପୀ କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ଲକ୍ ଡାଉନ୍ ଲାଗୁ ହୋଇଛି । ଲକ୍ ଡାଉନ୍ ଫଳରେ ବିଭିନ୍ନ ରାଜ୍ୟର ସରକାର ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜନିଜ ରାଜ୍ୟକୁ ଫେରାଇ ଆଣୁଛନ୍ତି । ଓଡିଶା ସରକାର ମଧ୍ୟ ଏଭଳି ପଦକ୍ଷେପ ନେଇଛନ୍ତି । କିନ୍ତୁ କିଛି ସ୍ଥାନରେ ପ୍ରବାସୀ ଶ୍ରମିକମାନେ ଟ୍ରେନର ଚେନ୍ ଟାଣି ଫେରାର ହୋଇଯାଉଥିବା ଖବର ସାମ୍ନାକୁ ଆସୁଛି ।

{"id":276742,"sizeSlug":"large"}

ଏମିତିରେ ଗଞ୍ଜାମ ବ୍ଲକ୍ ହୁମ୍ମା ଷ୍ଟେସନ ନିକଟରେ ମଧ୍ୟ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଗୋଆରୁ ଟ୍ରେନ୍ ଯୋଗେ ଆସୁଥିବା ପ୍ରବାସୀମାନେ ହୁମା ନିକଟରେ ଚେନ୍ ପୁଲିଂ କରିଥିଲେ । ଟ୍ରେନରୁ ୩୫ ଜଣ ଓଲ୍ଲାଇଥିଲେ । ସେମାନଙ୍କ ମଧ୍ୟରୁ ଗଞ୍ଜାମର ୩୧ ଜଣ ଓ ଗଜପତିର ୪ ରହିଥିଲେ । ଟ୍ରେନଟି ବାଲେଶ୍ବର ଯାଉଥିଲା ।

{"id":276743,"sizeSlug":"large"}

ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ, ଆରପିଏଫ ପହଞ୍ଚି କିଛି ଲୋକକୁ ଅଟକ ରଖିଛନ୍ତି । ଖବର ପାଇ ଗଞ୍ଜାମ ବିଡିଓ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ନିଜ ନିଜ ବ୍ଲକକୁ ଛଡାଯିବ ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.