Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସଂଗରୋଧ କେନ୍ଦ୍ରରେ ଧାରଣା, ସ୍ବାବ୍ ପରୀକ୍ଷା ପାଇଁ ଦାବି କଲେ ପ୍ରବାସୀ

24/05/2020 at 4:33 PM

ଗଜପତି ୨୪।୫: ସଂଗରୋଧ କେନ୍ଦ୍ରରେ ଆନ୍ଦୋଳନ, ଧାରଣା ଏହା ସାଧାରଣ କଥା । ହେଲେ ଗଜପତି ଜିଲ୍ଲାରେ ପ୍ରବାସୀମାନେ ଏକ ଭିନ୍ନ ଦାବି କରିଛନ୍ତି । ସେମାନେ ଖାଇବା କିମ୍ବା କୌଣସି ଅସୁବିଧା ନେଇ ପ୍ରତିବାଦ କରିନାହାନ୍ତି ବରଂ ସେମାନଙ୍କ ସ୍ବାବ୍ ପରୀକ୍ଷା ନହେବା ନେଇ ଧାରଣା ଦେଇଛନ୍ତି । ସେମାନେ ସଂଗରୋଧ କେନ୍ଦ୍ରକୁ ଆସିବାର ୧୫ଦିନରୁ ଉର୍ଦ୍ଧ୍ବ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେମାନଙ୍କର କୌଣସି ପରୀକ୍ଷା କରାଯାଇନାହିଁ ।

ପରବର୍ତ୍ତୀ ସମୟରେ ଯେତେବେଳେ ଗାଁକୁ ଫେରିବେ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଯେହେତୁ ଅନେକ ସମୟରେ ରୋଗର କୌଣସି ଲକ୍ଷଣ ନଥାଅ ଲୋକେ ସଂକ୍ରମଣର ଶିକାର ହେଉଛନ୍ତି । ପରେ ଗାଁରେ ଲୋକେ ବିନା ପରୀକ୍ଷାରେ ଗଲେ ବିରୋଧ କରିବେ ଏବଂ ସଂଗରୋଧରେ ରହି ଆସିଥିବା ନେଇ କେହି ଗ୍ରହଣ କରିବେନି ଏଭଳି ଆଶଙ୍କା ନେଇ ଏହାର ପ୍ରତିବାଦ କରି ଗଜପତି ଜିଲ୍ଲାର ବିଭିନ୍ନ ସଂଗରୋଧ କେନ୍ଦ୍ର ପ୍ରବାସୀମାନେ ଖାଦ୍ୟ ନଖାଇବା ଦେଖିବାକୁ ମିଳିଛି ।

   Related Posts