ପୁଣି ପ୍ରବାସୀ ଫେରନ୍ତାଙ୍କ ବସ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୧୨ ଆହତ

Published By : Prameya-News7 Bureau | May 19, 2020 IST

ଅନୁଗୁଳ୧୯/୫: ପୁଣି ପ୍ରବାସୀ ଫେରନ୍ତାଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ। ମିଳିଥିବା ସୂଚନା ଅନୁସାରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ମହାରାଷ୍ଟ୍ରରୁ କୋଲକାତା ଅଭିମୁଖେ ଯାଉଥିବା ବସ ଲୋହାମୁଣ୍ଡା ଠାରେ ଦୁର୍ଘଟଣାଗସ୍ତ ହୋଇଛି। ଟ୍ୟାଙ୍କ ଏବଂ ବସ୍‌ ମୁହାଁମୁହିଁ ଯୋଗୁଁ ଏହି ଦୁର୍ଘଟଣା ଘଟିଛି।

{"id":272356,"sizeSlug":"large"}

ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଟ୍ୟାଙ୍କର ଡ୍ରାଇଭର ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଏହି ଦୁୁର୍ଘଟଣା ୫୫ ନଂ ଜାତୀୟ ରାଜପଥରେ ଘଟିଛି। ସମସ୍ତ ଆହତଙ୍କୁ ହଣ୍ଡପା ପୋଲିସ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ଅନୁଗୁଳ ହସ୍ପିଟାଲକୁ ପଠାଇଛି। ସକାଳ ପ୍ରାୟ ୬ ଟା ୧୫ ମିନିଟରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ୍ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.