Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓଡ଼ିଶା ଫେରିବେ ପ୍ରବାସୀ ଓଡ଼ିଆ: ରାଜ୍ୟର ବିଭିନ୍ନ ରେଳ ଷ୍ଟେସନରେ ଚାଲିଛି ବ୍ୟାପକ ପ୍ରସ୍ତୁତି

11/05/2020 at 7:10 PM

ଭଦ୍ରକ୧୧/୫: ଜ଼ିଲ୍ଲାକୁ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡ଼ିଆମାନେ ଆସିବେ। ଏ ନେଇ ଭଦ୍ରକ ଷ୍ଟେସନରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭଦ୍ରକ ଷ୍ଟେସନରେ ପ୍ରବାସୀ ଓଡ଼ିଆମାନେ ସ୍ବତନ୍ତ୍ର ଟ୍ରେନ ମାଧ୍ୟମରେ ଆସି ପହଞ୍ଚିବେ ବୋଲି ସୂଚନା ମିଳିଛି। କେବଳ ଭଦ୍ରକ ଜ଼ିଲ୍ଲା ନୁହେଁ ଅନ୍ୟ ଜ଼ିଲ୍ଲା ବଲାଙ୍ଗୀର ସମେତ ବିଭିନ୍ନ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

ବାହାରୁ ଆସିବାକୁ ଥିବା ଲୋକମାନେ ଷ୍ଟେସନରେ କିପରି ସୁରକ୍ଷିତ ଭାବେ ଓହ୍ଲାଇବେ ସେଥିପ୍ରତି ମଧ୍ୟ ଜିଲ୍ଲା ପ୍ରଶାସନ ଅଧିକ ଯତ୍ନବାନ ହୋଇଛି। ଷ୍ଟେସନରେ ଓହ୍ଲାଇବା ସହ ନିଜ ନିଜ ଅଞ୍ଚଳକୁ ଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥିପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।

ରବିବାର ସନ୍ଧ୍ୟାରେ ଭଦ୍ରକ ଜିଲ୍ଲାପାଳ ଡ. ଜ୍ଞାନ ରଞ୍ଜନ ଦାସ, ଏସ୍‌ପି ରାଜେଶ ପଣ୍ଡିତ, ପିଡି ମଧୁସୂଦନ ଦାସଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ପହଞ୍ଚି ଷ୍ଟେସନ ମାଷ୍ଟର ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ବିଭିନ୍ନ ସ୍ଥାନ ବୁଲି ପରିଦର୍ଶନ କରିଥିଲେ। ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନର ସମୟ ନିର୍ଦ୍ଧିଷ୍ଟ ଭାବେ କୁହାଯାଇ ନାହିଁ। କିନ୍ତୁ ଏଠାରେ ବିଭିନ୍ନ ଜିଲ୍ଲାର ପ୍ରବାସୀ ପହଁଞ୍ଚିବା ପରେ ସେମାନଙ୍କୁ ସ୍ବତନ୍ତ୍ର ବସ୍‌ ଯୋଗେ ଏଠାରୁ ନିଜ ନିଜ ଜିଲ୍ଲାକୁ ପଠାଯିବ ବୋଲି କୁହାଯାଇଛି।

   Related Posts