ଭଲ ଖାଇବା ଏବଂ ଅନ୍ୟାନ୍ୟ ଦାବିକୁ ନେଇ ସଙ୍ଗରୋଧ କେନ୍ଦ୍ର ବାହାରେ ସୁରଟ ଫେରନ୍ତାଙ୍କ ଧାରଣା

Published By : Prameya-News7 Bureau | May 20, 2020 IST

ଗଞ୍ଜାମ ୨୦/୦୫ : ସେରଗଡ଼ ବ୍ଲକ ଠୁରୁବୁରାଇ ପଞ୍ଚାୟତ ଠୁରୁବୁରାଇରେ ଥିବା ସଙ୍ଘରୋଧ କେନ୍ଦ୍ରରେ ଥିବା ପ୍ରବାସୀଙ୍କ ରାସ୍ତା ରୋକ କରାଯାଇଛି । ସଙ୍ଘରୋଧ କେନ୍ଦ୍ରରେ ଠିକ ସେ ଖାଇବା ଏବଂ ଅନ୍ୟାନ୍ୟ ସୁବିଧାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ପ୍ରବାସୀ । ପାଖକୁ ଯିଏ ଯିବ ସଙ୍ଘରୋଧ କେନ୍ଦ୍ର ଭିତରେ ଭର୍ତି କରିଦେବୁ ବୋଲି ଧମକ ସହ ଖାଇବା ଛାଡି ବିଦ୍ୟାଳୟ ବା ସଙ୍ଗରୋଧ କେନ୍ଦ୍ର ବାହାରେ ୧୧୫ ସୁରଟ ଫେରନ୍ତା ପ୍ରବାସୀ ଧାରଣା ଦେଇଛନ୍ତି । ସରପଞ୍ଚ, ଶିକ୍ଷକ ପାଖକୁ ଆସିଲେ ମାଡ଼ ମାରିବୁ ବୋଲି ଧମକ ମଧ୍ୟ ଦେଉଛନ୍ତି । ମୁଖ୍ୟ ରାସ୍ତାରେ ବସିଥିବାରୁ ଗାଁ ତଥା ଅଂଚଳ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି |

{"id":273124,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.