ବଲାଙ୍ଗିର ଅଭିମୁଖେ ଶ୍ରମିକ ସ୍ପେଶାଲ ଟ୍ରେନ୍, କର୍ଣ୍ଣାଟକରୁ ଆସୁଛନ୍ତି ପ୍ରବାସୀ ଓଡିଆ

Published By : Prameya-News7 Bureau | May 14, 2020 IST

ବଲାଙ୍ଗିର ୧୪।୫: ଗୁରୁବାର ବଲାଙ୍ଗିର ଆସୁଛି ଶ୍ରମିକଙ୍କୁ ନେଇ ସ୍ବତନ୍ତ୍ର ଟ୍ରେନ୍ । କର୍ଣ୍ଣାଟକର ତିରୁପୁରାରୁ ଟ୍ରେନ୍ ଶ୍ରମିକଙ୍କୁ ନେଇ ଆସୁଛି । ବଲାଙ୍ଗୀରଠାରେ ସକାଳ ୧୦ଟା ୪୫ ମିନିଟ୍ ରେ ପହଞ୍ଚିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

{"id":269651,"sizeSlug":"large"}

ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ବଲାଙ୍ଗୀର ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ, ପୌରପରିଷଦ ନିର୍ବାହୀ ଅଧିକାରୀ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଓ ରେଲଓ୍ବେ ବରିଷ୍ଠ ଅଧିକାରୀ ଷ୍ଟେସନର ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ଟ୍ରେନଟି ଓଡିଶାର ବିଭିନ୍ନ ଷ୍ଟେସନରେ ଶ୍ରମିକଙ୍କୁ ଓହ୍ଲାଇବାକୁ ଥିବା ବେଳେ ବଲାଙ୍ଗୀରଠାରେ ୨ ଶହରୁ ଅଧିକ ଶ୍ରମିକ ଓହ୍ଲାଇବା ନେଇ ସୂଚନା ରହିଛି ।

{"id":269650,"sizeSlug":"large"}

ସେପଟେ ଷ୍ଟେସନରେ ଟ୍ରେନ୍ ପହଞ୍ଚିବା ପରେ କିଭଳି ଭାବରେ ଶ୍ରମିକମାନଙ୍କୁ ଯାଞ୍ଚ କରାଯିବ, କେଉଁ ସ୍ଥାନରେ ମେଡିକାଲ ଟିମ୍, କେଉଁ ସ୍ଥାନରେ ପୌରପରିଷଦର ଟିମ୍ ସହ ପୋଲିସ ଟିମ୍ ରହିବେ । ଶ୍ରମିକମାନଙ୍କ ମଧ୍ୟରେ ସାମାଜିକ ଦୂରତା ପାଇଁ ବ୍ୟାରିକେଟ୍ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ସାନିଟାଇଜ କିଭଳି ଭାବରେ କରାଯିବ ସେନେଇ ସମସ୍ତ ପ୍ରସ୍ତୁତି କରାଯାଇଛି । ଏହାସହ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ଅଧୀକ୍ଷକଙ୍କ ଉପସ୍ଥିତିରେ ଷ୍ଟେସନର ତଦାରଖ କରାଯାଇଛି । ଅନ୍ୟପଟେ ବଲାଙ୍ଗୀର ସହରରେ ଯେଉଁ ଭଳି ଭାବରେ ଲୋକଙ୍କ ସଂସ୍ପର୍ଶରେ ଫେରାନ୍ତା ଶ୍ରମିକ ନ ଆସିବେ ସେନେଇ ମଧ୍ୟ ସହରରେ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ।

{"id":269652,"sizeSlug":"large"}

ଗୁରୁବାର ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ଜାରି କରାଯାଇଛି । ରେଳ ଷ୍ଟେସନ ନିକଟସ୍ଥ ଅଞ୍ଚଳ, ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଷ୍ଟେସନ ନିକଟସ୍ଥ ସମ୍ପୂର୍ଣ୍ଣ ସାଲେପାଲି ଗାଁ, ରେଲୱେ ଷ୍ଟେସନ ରୋଡ଼-୧ ଦେଇ କଂସାରୀ ପଡ଼ା ହନୁମାନ ମନ୍ଦିର ଛକ, ରିଂ-ରୋଡ଼ ସୁଦପଡ଼ା ପ୍ରାଥମିକ ସ୍କୁଲ ଦେଇ ପୁଇଁନ୍ତଳା ଏବଂ ରେଲୱେ ଓଭରବ୍ରିଜ ରାସ୍ତା, ସାଲେପାଲି-ଆରଟିଓ ଅଫିସ(ରିଙ୍ଗରୋଡ଼), ଆରଟିଓ ଅଫିସ ଛକରୁ ମହିଳା ମହାବିଦ୍ୟାଳୟ ଛକ ଦେଇ ରାଜେନ୍ଦ୍ର କଲେଜ ଛକ ଏବଂ ଆର୍‌ଡବ୍ଲୁଏସ୍‌ଏସ୍‌ ସେକ୍ସନ ଅଫିସକୁ ଯାଇଥିବା ରାସ୍ତାଗୁଡ଼ିକରେ ପ୍ରବାସୀମାନଙ୍କୁ ନେଇ ପ୍ରଶାସନର ଗାଡ଼ି ଯିବା ଆସିବା କରିବ । ତେଣୁ ଏହି ରାସ୍ତାମାନଙ୍କରେ କର୍ଫ୍ୟୁକୁ କଡ଼ାକଡ଼ି ଭାବରେ ପାଳନ କରାଯିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.