ସାମାଜିକ ଦୂରତ୍ବ ନିୟମକୁ ଫୁ : କ୍ଵାରେଣ୍ଟାଇନ୍ ସେଣ୍ଟରରେ ପ୍ରବାସୀ ଓଡିଆଙ୍କ କ୍ରିକେଟ୍ ଖେଳ

Published By : Prameya-News7 Bureau | May 24, 2020 IST

ବାଲିପାଟଣା ୨୪।୫: କ୍ଵାରେଣ୍ଟାଇନ୍ ସେଣ୍ଟରରେ କ୍ରିକେଟ୍ ଖେଳ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲିପାଟଣା ବ୍ଲକ୍ ମଝିହରା ଗ୍ରାମ ପଞ୍ଚାୟତର କ୍ଵାରେଣ୍ଟାଇନ୍ ସେଣ୍ଟରରେ । ଧାନହରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗ୍ରାମ ପଞ୍ଚାୟତ ତରଫରୁ ହୋଇଥିବା କ୍ଵାରେଣ୍ଟାଇନ୍ ସେଣ୍ଟରରେ ଅନ୍ୟ ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ସଂଗରୋଧ କରି ରଖାଯାଇଛି ।

ମାତ୍ର ଉକ୍ତ କେନ୍ଦ୍ରରେ ପ୍ରବାସୀ ଓଡ଼ିଆମାନେ କ୍ରିକେଟ୍ ଖେଳୁଥିବା ଏହି ଭିଡିଓରେ ଦେଖାଯାଉଛି । ୭ରୁ ୮ ଜଣ ଯୁବକ ରାତି ସମୟରେ କ୍ରିକେଟ୍ ଖେଳୁଛନ୍ତି । ଏ ନେଇ ସରପଞ୍ଚ କହିଛନ୍ତି ଏହା ଏକ ସପ୍ତାହ ପୂର୍ବର ଘଟଣା । ଖବର ପାଇ ସରପଞ୍ଚ କ୍ଵାରେଣ୍ଟାଇନ୍ ସେଣ୍ଟରକୁ ଆସି ଖେଳୁଥିବା ଓଡିଆ ପ୍ରବାସୀମାନଙ୍କୁ ତାଗିଦ୍ କରିଥିଲେ ଏବଂ କ୍ରିକେଟ୍ ଖେଳ ବନ୍ଦ କରିଥିଲେ ।

କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କ୍ଵାରେଣ୍ଟାଇନ୍ ସେଣ୍ଟର କରି ସଂଗରୋଧ ହୋଇ ରହିବାର ବ୍ୟବସ୍ଥା କରିଛନ୍ତି । ମାତ୍ର ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.