ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ

Published By : Prameya-News7 Bureau | April 20, 2021 IST

ବ୍ରହ୍ମପୁର ୨୦।୪: ସୁରଟରୁ ଗାଁକୁ ଫେରିବା ରାସ୍ତାରେ ଟ୍ରେନରେ ଚାଲିଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଅହମ୍ମଦାବାଦ ଟ୍ରେନରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମର ବିଶ୍ବନାଥ ଜେନା ।

ସୂଚନାଯୋଗ୍ୟ ଯେ, ବିଶ୍ବନାଥ ସୋମବାର ସୁରଟରୁ ଜଣେ ସମ୍ପର୍କୀୟଙ୍କ ସହ ପୁରୀ ଅହମ୍ମଦାବାଦ ଟ୍ରେନରେ ଖଲ୍ଲିକୋଟ ଷ୍ଟେସନ ଫେରୁଥିବା ବେଳେ ରାତି ୧୧ଟା ସମୟରେ ଟ୍ରେନରେ ହିଁ ବିଶ୍ବନାଥଙ୍କ ମୃତ୍ୟୁ ହୋଇଥିଲା । ପରେ ଗାଡି ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ମୃତଦେହ କଢାଯାଇଥିଲା । ଏନେଇ ଜିଇଆରପି ପାଖରେ ଖବର ପହଞ୍ଚିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର କାରଣ କ’ଣ ତାହା ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.