କ୍ଵାରେଣ୍ଟାଇନ୍ ସେଣ୍ଟରରେ କଲିକତା ଫେରନ୍ତାଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

Published By : Prameya-News7 Bureau | May 19, 2020 IST

ଭଦ୍ରକ ୧୯।୫: କ୍ଵରେଣ୍ଟାଇନ ସେଣ୍ଟରରେ କଲିକତା ଫେରନ୍ତା ପ୍ରବାସୀ ଓଡିଆ ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ବୟାବନାପୁର ନୋଡାଲ ସ୍କୁଲଠାରେ ହୋଇଥିବା ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ଜଣେ କଲିକତା ଫେରନ୍ତା ଅନ୍ତେବାସୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

{"id":272307,"sizeSlug":"large"}

ସୂଚନାଯୋଗ୍ୟ ଯେ, ଦେବେନ୍ଦ୍ର ରାଉତ ଗତ ରବିବାର ରାତିରେ କଲିକତାରୁ ଫେରି ପାହିମହୁରା ଆଇଟିଆଇରେ ପଞ୍ଜିକରଣ କରିଥିଲେ । ସେଠାରେ ସେ ଅସୁସ୍ଥ ଅନୁଭବ କରିଥିଲେ । ଥର୍ମାଲ ଟେଷ୍ଟ କରାଯିବା ପରେ ପଞ୍ଚାୟତ କ୍ଵାରେଣ୍ଟାଇନକୁ ପଠାଇ ଦିଆଯାଇଥିଲା । ସେ ପଞ୍ଚାୟତ କ୍ଵାରେଣ୍ଟାଇନ କେନ୍ଦ୍ରକୁ ଆସିଥିଲେ । ଜଳଖିଆ ଖାଇ ଶୋଇଥିଲେ । ମଧ୍ୟାହ୍ନରେ ଖାଇବା ପାଇଁ ଉଠିନଥିଲେ । ତେବେ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦେବେଦ୍ରଙ୍କ ବୟସ ୭୨ ବର୍ଷ ଥିଲା । ସେ କଲିକତାରେ କାମ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.