ଭଦ୍ରକ ୨୬।୫: ବିଭିନ୍ନ ଅଭିଯୋଗ ନେଇ ରାଜପଥ ଅବରୋଧ କଲେ ପ୍ରବାସୀ । ୧୬ ନଂ ଜାତୀୟ ରାଜପଥର କଲେଜ ଛକ ଓଭର ବ୍ରିଜ ନିକଟରେ ରାସ୍ତାକୁ ଅବରୋଧ କଲେ ପ୍ରବାସୀ ଓଡିଆ । ରାସ୍ତା ଅବରୋଧରେ ଛୋଟ ଛୋଟ ପିଲା ଓ ବୃଦ୍ଧା ମଧ୍ୟ ସାମିଲ ହୋଇଛନ୍ତି । ରାଜପଥରେ ଗମନାଗମନ ଠପ୍ ହୋଇଛି ।
{"id":276062,"sizeSlug":"large"}ସୂଚନାଯୋଗ୍ୟ ଯେ, ବିଭିନ୍ନ ଜିଲ୍ଲାର ପ୍ରବାସୀ ଶ୍ରମିକ ସ୍ପେଶାଲ ଟ୍ରେନରେ ଭଦ୍ରକରେ ଓହ୍ଲାଉଛନ୍ତି । ସେମାନଙ୍କୁ ଭଦ୍ରକ ମହାବିଦ୍ୟାଳୟରେ ହୋଇଥିବା କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି । କିନ୍ତୁ ସେଠାରେ ଖାଦ୍ୟ ଠିକ୍ ସମୟରେ ଦିଆଯାଉନାହିଁ । ସେମାନେ ନିଜ ନିଜ ଜିଲ୍ଲାକୁ ଯାଇପାରୁନାହାନ୍ତି ।
{"id":276063,"sizeSlug":"large"}ଏପରିକି ସେଠାରେ ରାତି ସାରା ବହୁ ପ୍ରବାସୀ ଅନିଦ୍ରା ମଧ୍ୟ ରହିଥିଲେ । ସେଠାରେ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ କହିବାରୁ ସେ କୌଣସି ବ୍ୟବସ୍ଥା କରିନଥଲେ । ଶେଷରେ ବାଧ୍ୟ ଶହ ଶହ ପ୍ରବାସୀ ଓଡିଆ ଦୀର୍ଘ ସମୟ ଧରି ୧୬ନଂ ଜାତୀୟ ରାଜପଥକୁ ଅବରେୋଧ କରିଛନ୍ତି । ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ଗାଡି ଚଳାଚଳ ବାଧା ପ୍ରାପ୍ତ ହୋଇଛି ।