Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଲୁଣ-ଭାତ ଖାଇବୁ ପଛେ, ଆଉ ସହରକୁ ଯିବୁନାହିଁ ’: ଶ୍ରମଜୀବୀଙ୍କ ମନ ଭିତର କଥା

24/05/2020 at 8:38 AM

ନୂଆଦିଲ୍ଲୀ ୨୪।୦୫: ଦେଶରେ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଦେଶରେ କରୋନା ସ୍ଥିତିକୁ ଦେଖି ଲକ୍‌ଡାଉନ୍‌ ଲାଗୁ କରାଯାଇଛି । ଏହି ଲକ୍‌ଡାଉନ୍‌ ସମୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଶ୍ରମିକ ଶ୍ରେଣୀର ଲୋକେ । ଲକ୍‌ଡାଉନ୍‌ ପାଇଁ କିଛି ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିଛନ୍ତି, ଏବଂ ଅନ୍ୟ କେହି କାମ କରୁଥିବା ସ୍ଥାନରେ ରହିଯାଇଛନ୍ତି । ସେମାନେ ମଧ୍ୟ ପର୍ଯ୍ୟାୟ କ୍ରମେ ନିଜ ନିଜ ରାଜ୍ୟକୁ ଫେରିଆସିବେ । କିନ୍ତୁ ଫେରିଥିବା କିଛି ଶ୍ରମିକମାନେ ଆଉ କୌଣସି ପରିସ୍ଥିତିରେ ରାଜ୍ୟ ନିଜ ଅଞ୍ଚଳ ଛାଡି ବାହାରକୁ କାମ କରିବାକୁ ଯିବେ ନାହିଁ ବୋଲି କହିଛନ୍ତି । ଅନ୍ୟ ରାଜ୍ୟକୁ ଯାଇ କାମ କରିବାକୁ ଅଧିକ ଶ୍ରମିକମାନେ ରାଜି ହେଉନାହାନ୍ତି ବୋଲି ଜଣାପଡିଛି । ନିଜ ଅଞ୍ଚଳରେ ଓ ନିଜ ପରିବାର ପାଖରେ ରହି କାମ କରିବାକୁ ଚାହୁଁଛନ୍ତି ।

ଲକ୍‌ଡାଉନ୍‌ ପାଇଁ ଦେଶରେ ଶ୍ରମିକମାନେ ନିଜ ନିଜ ଘରକୁ ଫେରୁଛନ୍ତି । ସେମାନେ ନିଜ ରାଜ୍ୟ ବା ଅଞ୍ଚଳକୁ ଫେରିବା ପରେ ମଧ୍ୟ ନିଜ ପରିବାର ସହିତ ରହିପାରୁନାହାନ୍ତି । କାହିଁକି ନା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେମାନଙ୍କୁ କ୍ୱାରେଣ୍ଟାଇନ୍‌ ରଖାଯାଇଛି । aajtak ପୋର୍ଟାଲରେ ପ୍ରକାଶିତ ଖବର ଅନୁଯାୟୀ, ଗୁଜୁରାଟର ସୁରତରୁ ଟ୍ରକରେ ବସି ବିହାର ପହଞ୍ଚିଥିବା ଜଣେ ଶ୍ରମିକ ହେଉଛନ୍ତି ଜିତେନ୍ଦ୍ର ଯାଦବ । ଏବେ ସେ ନିଜ ରାଜ୍ୟକୁ ଫେରିଛନ୍ତି । ସେ ଆଉ କାମ କରିବାକୁ ଅନ୍ୟ ରାଜ୍ୟ /ସହରକୁ ଯିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ।

ସୁରତରେ କାମ କରୁଥିବା ଜିତେନ୍ଦ୍ର ଯାଦବ ଓ ତାଙ୍କ ଭାଇ ଲକ୍‌ଡାଉନ୍‌ ପାଇଁ ନିଜର ରୋଜଗାରରେ ଅସୁବିଧା ହୋଇଥିଲା । ଖାଇବାକୁ ରୁଟି ମଧ୍ୟ ମିଳିନଥିଲା । ସମୟରେ ଅସହାୟତା ତାଙ୍କୁ ଗାଁକୁ ଫେରାଇଆଣିଥିଲା । ତାଙ୍କ ପାଖରେ କିଛି ନଥିଲା । ଯଦି କିଛି ନେଇକି ଆସିଥାନ୍ତି , ତେବେ ତାହା ଦୁଃଖ ଓ ଲୁହ । ଜିତେନ୍ଦ୍ରଙ୍କ ଘର ବିହାରର ଗୟା ସହର ଠାରୁ ୩୦କିମି ଦୂରରେ କୋଠମଥୁ ଗାଁ । ନିଜ ଭିଟାମାଟିକୁ ଫେରିବା ପରେ ସେ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି । କୌଣସି ପରିସ୍ଥିତିରେ ସେ ଅନ୍ୟ ରାଜ୍ୟ /ସହରକୁ ଯିବେନାହିଁ । ଭୋକ-ଉପାସରେ ମିରଯିବେ ବରଂ ଆଉ ଯିବେନାହିଁ ବୋଲି ଜିତେନ୍ଦ୍ର କହିଛନ୍ତି ।

ଜିତେନ୍ଦ୍ରଙ୍କ ଅନୁଯାୟୀ, ରାସ୍ତାରେ ଯାତ୍ରା କରିବା ଅତ୍ୟନ୍ତ କଠିନ ଥିଲା । ଦୁଇ ମାସ ସୁରତରେ ନିଜ ଜୀବନ କାଟିବାକୁ ୧୨ହଜାର ଟଙ୍କ ଘରୁ ମାଗିଥିଲେ । ରୋଜଗାର କରିବାକୁ ଯାଇ ଯଦି ଘରୁ ଟଙ୍କା ମାଗିବୁ , ତେବେ ଆମେ ରୋଜଗାର କରିବୁ କାହିଁକି । ଗାଁରେ ଲୁଣ ରୁଟି ଖାଇବି ବରଂ ସୁରତ ଆଉ ଫେରିବି ନାହିଁ । ଏବେ ସେ ଘର ଠାରୁ ଦୂରରେ ଅଛନ୍ତି । ସରକାରଙ୍କ ନିୟମନୁସାରେ ତାଙ୍କୁ ଏବେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଜିତେନ୍ଦ୍ର ଯେତେବେଳେ ଗାଁକୁ ଫେରିଥିଲା, ସେତେବେଳେ ଗାଁ ଲୋକେ ଗାଁ ଭିତରକୁ ପ୍ରବେଶ କରାଇଦେଇନଥିଲା । କହିଥିଲେ ଆଗ ଦୁଇ ଭାଇଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖା, ତାପରେ ଗାଁ ଭିତରକୁ ପ୍ରବେଶ କଥା । କ୍ୱାରେଣ୍ଟାଇନକୁ ଯିବା ପୂର୍ବରୁ ଗାଁଲୋକ ମାନେ ତାଙ୍କ ପରିବାର ଲୋକଙ୍କୁ ଡାକିଥିଲା । ଏବଂ ଜିତେନ୍ଦ୍ରଙ୍କ ସହିତ ସାକ୍ଷାତ କରିଥିଲା । କିନ୍ତୁ ସାମିଜକ ଦୂରତା ରଖାକରି । ନିଜ ପରିବାରକୁ ଦେଖି ଜିତେନ୍ଦ୍ର ଭାବୁକ ହୋଇଯାଇଥିଲା । ପରିବାର କହିଲେ ଜିତେନ୍ଦ୍ରଙ୍କର  ପିତା, ମାତା, ଦୁଇ ଭଉଣୀ ଓ ଛୁଆ । ପରେ ଜିତେନ୍ଦ୍ରଙ୍କୁ ଗାଁ ନିକଟରେ ନିର୍ମାଣ କରାଯାଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିଲା । ଯେଉଁଠାରେ ସେ ୧୪ଦିନ ରହିବେ ।

   Related Posts