Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ମୁମ୍ବାଇକୁ ଫେରିଲେ ଶ୍ରମିକ, ପୁଣି ଉଠିବ କରୋନାରେ ଶୋଇପଡିଥିବା ରାଜ୍ୟର ଅର୍ଥବ୍ୟବସ୍ଥା

19/06/2020 at 6:33 PM

ମୁମ୍ବାଇ ୧୯।୬:  କରୋନା ଲକଡାଉନ୍‌ ଯୋଗୁ ମୁମ୍ବାଇ ଛାଡି ପଳାଇଥିବା ପ୍ରବାସୀ ଶ୍ରମିକମାନେ ପୁଣି ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରିଛନ୍ତି। ଫଳରେ ଶ୍ରମିକଙ୍କ ଅଭାବ ଯୋଗୁ ବନ୍ଦ ରହିଥିବା ସଂସ୍ଥା ସବୁ ପୁଣି ଖୋଲିବାର ଆକଳନ କରାଯାଉଥିବା ବେଳେ ଅର୍ଥ ବ୍ୟବସ୍ଥାକୁ ଗତି ମିଳିବ ବୋଲି ନୂଆ ଆଶା ସଞ୍ଚାର ହୋଇଛି।

ଲକଡାଉନ୍‌ରେ ଶ୍ରମିକମାନେ ହଇରାଣ ହରକତ ହୋଇ ଘରକୁ ଫେରିଥିଲେ। ଏଣୁ ଅନେକ ଭିତ୍ତିଭୂମି ନିର୍ମାଣ କାମ ଅଟକି ଯାଇଥିଲା। ଏବେ ଶ୍ରମିକ ଆସିବା ପରେ ଏହି ସବୁ କାମ ପୁଣି ଆରମ୍ଭ ହେବ। ଏହି କ୍ରମରେ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁ ଅଟକି ଯାଇଥିବା ମୁମ୍ବ୍ରା ପଞ୍ଚମ ଓ ଷଷ୍ଠ ରେଳ ଲାଇନର ନିର୍ମାଣ କାମ ଆରମ୍ଭ ହୋଇଛି। ଉତ୍ତରପ୍ରଦେଶ ଗାଜିଆବାଦ ଓ ବାଗପତର ଶ୍ରମିକମାନେ ଏଠାରେ ବନ୍ଦ ପଡିଥିବା କାମକୁ ପୁଣି ଆରମ୍ଭ କରିଛନ୍ତି।

ଫେରିଥିବା ଶ୍ରମିକମାନେ ଗୃହ ରାଜ୍ୟରେ ଆୟର ସମ୍ଭାବନା ନଥିବାରୁ ପୁଣି କାମକୁ ଫେରିଆସିଥିବା କହିଛନ୍ତି। ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁ ମୁମ୍ବାଇ ସେଣ୍ଟ୍ରାଲରେ ଗହଳ ଚହଳ ମଧ୍ୟ ବଢିଲାଣି। ଦୈନିକ ୧୫ ହଜାର ଶ୍ରମିକ ମହାରାଷ୍ଟ୍ର ଫେରିବାରେ ଲାଗିଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ମୁମ୍ବାଇକୁ ୧୧ ହଜାର ଶ୍ରମିକ ଫେରିଥିବା ସରକାରଙ୍କ ସୂତ୍ରରୁ ଜଣାପଡିଛି।

   Related Posts