ରିପୋର୍ଟ : ଦାଦନ ଶ୍ରମିକ ହୋଇପାରନ୍ତି କରୋନା ବାହକ, ଭାରତ, ପାକ୍ ଓ ବାଂଲାଦେଶରେ ଉପୁଜିବ ଜଟିଳ ପରିସ୍ଥିତି

Published By : Prameya-News7 Bureau | April 12, 2020 IST

ନୂଆଦିଲ୍ଲୀ ୧୨।୪:   କରୋନା ସଂକ୍ରମଣ ଯୋଗୁ ଭାରତ ସମେତ ପାକିସ୍ତାନ ଓ ବାଂଲାଦେଶରେ ଗୁରୁତର ପରିସ୍ଥିତି ଉପୁଜିପାରେ। ବିଶ୍ୱବ୍ୟାଙ୍କ ଏକ ରିପୋର୍ଟରେ ଏନେ ନେଇ ସତର୍କ କରାଇଦେଇଛନ୍ତି। ଦାଦନ ସମସ୍ୟା ସମାଧାନରେ ଏହି ସବୁ ଦେଶ ବିଫଳ ହୋଇଛନ୍ତି। ଫଳରେ ହଜାର ହଜାର ଲୋକେ ଦେଶାନ୍ତରୀ ହୋଇଥିବା ବେଳେ କରୋନାଜନିତ ପରିସ୍ଥିତିରେ ଏବେ ସେମାନେ ଘରମୁହାଁ ହୋଇଛନ୍ତି। ଫଳରେ ଯେଉଁ ସବୁ ରାଜ୍ୟ, ଜିଲ୍ଲା ଓ ଗାଁକୁ କରୋନା ଛୁଇଁ ପାରିନଥିଲା ଏବେ ଏପରି ଶ୍ରମିକଙ୍କ ଯୋଗୁ ସେ ସବୁ ଅଞ୍ଚଳରେ ମଧ୍ୟ କରୋନା ବ୍ୟାପିଯିବ ବୋଲି ବିଶ୍ୱବ୍ୟାଙ୍କ ସତର୍କ କରାଇଦେଇଛନ୍ତି।

{"id":253108,"sizeSlug":"large"}

ବିଶ୍ୱବ୍ୟାଙ୍କ ଜାରି କରିଥିବା ଦ୍ୱିବାର୍ଷିକ ଆଞ୍ଚଳିକ ରିପୋର୍ଟରେ ଏ ନେଇ ସତର୍କ କରାଯାଇଥିବା ବେଳେ ବିଶ୍ୱର ଦକ୍ଷିଣ ଏସିଆ ସବୁଠାରୁ ଘନ ଆବାସୀୟ କ୍ଷେତ୍ର ବୋଲି ଦର୍ଶାଇଛନ୍ତି। ଏଣୁ ବିଶେଷକରି ଦକ୍ଷିଣ ଏସିଆର ସହରାଞ୍ଚଳମାନଙ୍କରେ ସ୍ଥାନୀୟ କରୋନା ସଂକ୍ରମଣ ଏବେ  ଚାଲେଞ୍ଜ ହୋଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଏଥିରେ ବସ୍ତି ବାସିନ୍ଦା ଓ ଦାଦନ ଶ୍ରମିକ ହୁଏତ ଆଗକୁ ଭୂତାଣର ବାହକ ହୋଇପାରନ୍ତି।

{"id":253109,"width":579,"height":327,"sizeSlug":"large"}

କରୋନା ସଂକ୍ରମଣ ଜନିତ ପରିସ୍ଥିତିରେ ଭାରତ, ପାକିସ୍ତାନ ଓ ବାଂଲାଦେଶ ସାମାଜିକ ଦୂରତା ନିମନ୍ତେ ପଦକ୍ଷେପ ନେବା ମାତ୍ରେ ଏପରି ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲେ। ସେମାନେ ନିଜନିଜ ଗାଁକୁ ଫେରିବା ଲାଗି ଆତୁର ହୋଇଉଠିଥିଲେ। ଲୋକେ ସମସ୍ତ ନିୟମକାନୁନ ଭାଙ୍ଗି ଏକାଠି ହେବା ସହ ଚାଲି ଚାଲି ନିଜ ଗାଁ ଅଭିମୁଖେ ବାହାରିପଡିଥିଲେ। ଏଥିରେ ବି ଲୋକେ ସାମାଜିକ ଦୂରତା ରକ୍ଷା କରି ନପାରିବା କରୋନା ସଂକ୍ରମଣ ପରିସ୍ଥିତିକୁ ଅଧିକ ଜଟିଳ କରିପକାଇଛି।

{"id":253110,"width":581,"height":333,"sizeSlug":"large"}

ତେବେ କରୋନାରେ ଦକ୍ଷିଣ ଏସିୟ ଦେଶଙ୍କ ଲାଗି ସବୁଠାରୁ ବଡ ଆଶ୍ୱସ୍ତି ହେଉଛି ଏଠାରେ ୬୫ ବର୍ଷ ଆୟୁ ବର୍ଗର ଲୋକଙ୍କ ସଂଖ୍ୟା ଆମେରିକା ଓ ଇଟାଲୀ ତୁଳନରେ ଅନେକ କମ୍। ଏଣୁ କରୋନା ଜନିତ ମୃତ୍ୟୁହାର ହୁଏତ ଅଧିକ ହୋଇ ନପାରେ କିନ୍ତୁ ଅସୁସ୍ଥଙ୍କ ଚିକିତ୍ସା ଓ ବେକାରଙ୍କୁ ରୋଜଗାର ଯୋଗାଇବା ଆହ୍ୱାନ ପାଲଟିପାରେ। ଏଥିରେ ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବା ଲାଗି ସରକାରଙ୍କ ଦ୍ୱାରା ଲାଗୁ ହେଉଥିବା ଲକଡାଉନ ପରିସ୍ଥିତିକୁ ଅଧିକ ଜଟିଳ କରିବ ବୋଲି ବିସ୍ୱବ୍ୟାଙ୍କ ରବିବାର ଜାରି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.