ରାଜ୍ୟକୁ ଫେରି ପ୍ରବାସୀ ଶ୍ରମିକ ହଟହଟା : ମିଳିଲାନି ସହାୟତା, ଚାଲିଲେ ୪୦କି.ମି. ଦୂର

Published By : Prameya-News7 Bureau | June 02, 2020 IST

ନୂଆପଡା ୨।୬: ମହାମାରୀ କରୋନା ଯୋଗୁଁ ଲକ୍ ଡାଉନ୍ ରେ ବାହାର ରାଜ୍ୟରେ ଫସି ରହିଥିବା ଦାଦନ ଶ୍ରମିକ ଫେରିଲେ ସତ ହେଲେ ନିଜ ରାଜ୍ୟ ତଥା ନିଜ ଜିଲ୍ଲାରେ ବାସନ୍ଦ ହେଲେ । ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚ ଅଣଦେଖା କରିବା ପରେ ଦୀର୍ଘ ୪୦ କିଲୋମିଟର ଦୂର ନିଜ ଅଞ୍ଚଳକୁ ଚାଲି ଚାଲି ଯିବା ପାଇଁ ଛୁଆମାନଙ୍କୁ ଧରି ବାହାରିଥିଲେ ପ୍ରବାସୀ ଶ୍ରମିକ । ନ୍ୟୁଜ୍ ସେଭେନ୍ ର ହସ୍ତକ୍ଷେପ ପରେ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢାଇଛି ।

ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ୧୯ ହଜାର ୨୮ ଜଣ ପ୍ରବାସୀ ଓଡିଆ ବାହାର ରାଜ୍ୟରୁ ଫେରି ଆସିଥିବା ବେଳେ ପାଖାପାଖି ୧୦ ହଜାର ଶ୍ରମିକଙ୍କ କ୍ବାରେଣ୍ଟାଇନ୍ ଅବଧି ଶେଷ ହୋଇ ସାରିଲାଣି । ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକ ଜିଲ୍ଲାକୁ ଫେରୁଛନ୍ତି । ଯେଉଁଖି ପାଇଁ ଛତିଶଗଡ ସୀମାନ୍ତବର୍ତ୍ତି ଜୋଙ୍କ ନଦୀ ନିକଟରେ ଏକ କ୍ୟାମ୍ପ୍ କରାଯିବା ସହ ସ୍କ୍ରିନିଂ କରି ସମସ୍ତଙ୍କୁ ସେମାନଙ୍କ ଆଖପାଖ ଅଞ୍ଚଳର ଟିଏମସିକୁ ବସ୍ ଯୋଗେ ଛଡା ଯାଉଛି ।

ତେବେ ସୋମବାର ବିଶାଖାପାଟଣାରୁ ଆସିଥିବା ୬ ଜଣ ନାବାଳକ ସହ ୨୦ ଜଣ ଶ୍ରମିକଙ୍କୁ କୋମନା ବ୍ଲକ କୁରୁମପୁରି ପଞ୍ଚାୟତ ସ୍ଥିତ ଦଲଦଲି ଟିଏମସିରେ ରହିବା ପାଇଁ ବସ୍ ଛାଡି ଯାଇଥିବା ବେଳେ ସେମାନଙ୍କ ରହିବାକୁ ନେଇ ଗାଁ ଲୋକେ ବିରୋଧ କରିଥିଲେ । ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚ ସବୁ ଜାଣି ମଧ୍ୟ ସହଯୋଗ କଲୋନାହିଁ ବୋଲି ଅଭିଯୋଗ ହୋଇଥିଲା ।

ଫଳରେ ପାଣି ଟୋପାଏ ମଧ୍ୟ ନପାଇ ଶେଷରେ ଛୁଆପିଲାଙ୍କୁ ଧରି ଅପରାହ୍ନ ୪ଟା ବେଳେ ଦୀର୍ଘ ୪୦ କିଲୋମିଟର ଦୂର ଦେଦର୍ହା, ଭେଲା ଓ ଡୁଙ୍ଗୁରିପାଲି ଯିବାପାଇଁ ଜାତୀୟ ରାଜପଥ ୩୫୩ରେ ବାହାରିଗଲେ । ରାସ୍ତାରେ ନ୍ୟୁଜ୍ ସେଭେନ ପ୍ରତିନିଧି ଦେଖିବା ପରେ ଜିଲ୍ଲାପାଳଙ୍କୁ ଫୋନ୍ ଯୋଗେ ଜଣାଇବା ପରେ ଘଟଣାସ୍ଥଳରେ କୋମନା ବିଡିଓ ରେଶମଲାଲ ରାୟ ପହଞ୍ଚି ଏକ ବସ୍ ଯୋଗେ ସମସ୍ତଙ୍କୁ ନେଇ ସୁରକ୍ଷିତ ବୁଦ୍ଧିକୋମନା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଛାଡିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.