ରାସ୍ତାରେ ଚାଲିଗଲା ପ୍ରବାସୀଙ୍କ ଜୀବନ, ଚାଲି ଚାଲି ହାଇଦ୍ରାବାଦରୁ ବିହାର ଫେରୁଥିଲେ
29/05/2020 at 9:07 AM

ସୋର ୨୯।୫: ପାଦରେ ଚାଲି ଚାଲି ଯାଉଥିବା ବେଳେ ପଶ୍ଚିମବଙ୍ଗର ଜଣେ ପ୍ରବାସୀଙ୍କର ମୁତ୍ୟୁ ହୋଇଛି । ୧୬ ନଂ ଜାତୀୟ ରାଜପଥ ସୋର ନିକଟ ଆଇସ୍ ଫ୍ୟାକ୍ଟ୍ରି ଛକ ନିକଟ ଦୋକାନ ବାରଣ୍ଡାରେ ବିଶ୍ରାମ ନେଉଥିବା ଜଣେ ପ୍ରବାସୀ ମୁତ୍ୟୁ ହୋଇଥିବା ଜଣାପଡିଛି । ମୃତ ପ୍ରବାସୀଙ୍କ ବୟସ ପ୍ରାୟ ୬୦ ବର୍ଷ ହେବ ।
ଗତ ୫ ଦିନ ପୂର୍ବରୁ ହାଇଦ୍ରାବାଦରୁ ପାଦରେ ଚାଲିଚାଲି ବିହାର ଫେରୁଥିଲେ । ଗୁରୁବାର ରାତିରେ ଉଭୟ ପ୍ରବାସୀ ବିଶ୍ରାମ ନେଇଥିଲେ । ମାତ୍ର ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏ ନେଇ ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେଇଛନ୍ତି ।