ଘରକୁ ଫେରିବା ରାସ୍ତାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ, ମହାରାଷ୍ଟ୍ରରୁ ପଶ୍ଚିମବଙ୍ଗ ଫେରୁଥିଲେ
28/05/2020 at 12:07 PM

ବରଗଡ୨୮।୫: ବରଗଡରେ ମହାରାଷ୍ଟ୍ର ଫେରନ୍ତା ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣଙ୍କ ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ବୁଧବାର ବରଗଡ ସୀମାନ୍ତ ଲୁହୁରାଚଟିରେ ଶ୍ରମିକ ଜଣଙ୍କ ଅଚେତ୍ ହୋଇପଡିଥିଲେ । ଫଳରେ ତାଙ୍କୁ ସୋହେଲା ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବରଗଡ ମୁଖ୍ୟଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।
ମୃତ ଶ୍ରମିକ ଜଣଙ୍କ ପଶ୍ଚିମବଙ୍ଗ ମାଲଦାର ନୁରୂଲ ଇସଲାମ ମୋହିମ । ତାଙ୍କ ବୟସ ୫୩ ବର୍ଷ ବୋଲି ଜଣାପଡିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଦିଆଯାଇଛି । ଶ୍ରମିକ ଜଣଙ୍କ ପଶ୍ଚିମବଙ୍ଗକୁ ଫେରିବାକୁ ଅପେକ୍ଷା କରିଥିବା ବେଳେ ଏପରି ଅଘଟଣ ଘଟିଛି ।