ବିଦେଶରେ ଓଡ଼ିଆ ଯୁବକ ନିର୍ଯାତିତ, ଫେରିବା ପାଇଁ କରୁଛନ୍ତି ଆକୁଳ ନିବେଦନ

Published By : Prameya-News7 Bureau | September 12, 2021 IST

ଟାଙ୍ଗୀ ୧୨।୦୯:  ବିଦେଶରେ ଓଡ଼ିଆ ଯୁବକ ନିର୍ଯାତିତ । ଦୁବାଇ ସ୍ଥିତି ବାହାରିନ୍ ରେ ଏହି ଓଡିଆ ଯୁବକ ମାନେ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ନିଜ ଦେଶକୁ ଓ ଭିଟାମାଟି କୁ ଫେରି ଆସିବା ପାଇଁ ଆକୁଳ ନିବେଦନ ମଧ୍ୟ କରୁଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।

ଖବର ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ-ବାଣପୁର ଏବଂ ଗଂଜାମ ଜିଲ୍ଲାର ଖଲ୍ଲିକୋଟ ଅଞ୍ଚଳର ଏହି ଯୁବକ ମାନେ ସେଠାରୁ ଭିଡିଓ ଉତ୍ତୋଳନ କରି ପଠାଇଥିବା ଜଣାପଡିଛି । ଯେଉଁ ଚୁକ୍ତିନାମା ରେ ଏହି ଓଡ଼ିଆ ଯୁବକ ମାନେ ବିଦେଶ ଯାଇଥିଲେ , ସେଠାରେ ତାହା ପାଳନ କରାନଯାଇ ନିର୍ଯ୍ୟାତନା ଦିଆଯାଉଛି । ଏହି ଓଡ଼ିଆ ଯୁବକ ମାନେ ବିଦେଶରେ ଫସି ରହିଛନ୍ତି । ପ୍ରତିବାଦ କଲେ କାହାକୁ ଅମାନୁଷିକ ଭାବେ ମାଡ ମରାଯାଉଛି ତ, ପୁଣି କାହାର ବେକ କାଟି ଦିଆଯାଉଛି ।

ପ୍ରତିବାଦର ସ୍ୱର କୁ ଚାପି ଦେବାପାଇଁ ଏପରି ଅକଥନୀୟ ନିର୍ଯ୍ୟାତନା ର ଶିକାର ହେଉଛନ୍ତି ଓଡ଼ିଆ ଲୋକ । ପେଟ-ପାଟଣା ଓ ଅଧିକ ଦୁଇ ପଇସା ରୋଜଗାର କରିବା ପାଇଁ ଗାଁ ଛାଡି ବିଦେଶ ଯାଇଥିଲେ ଏହି ଯୁବକ ମାନେ । ଘରକୁ ଫେରିବା ପାଇଁ ଏମାନେ ଚାହୁଁଛନ୍ତି , ମାତ୍ର ନାକାବନ୍ଦୀ ଯୋଗୁଁ ଭାରତ ଫେରିବା ବାଟ ବନ୍ଦ ହୋଇଥିବା ସେମାନେ କହିଛନ୍ତି । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏହାର ସୁ-ବନ୍ଦୋବସ୍ତ କରିବା ପାଇଁ ବିଦେଶ ରୁ ଏହି ଓଡ଼ିଆ ଲୋକମାନେ ଗୁହାରୀ କରୁଛନ୍ତି । ଏବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଜରୁରୀ ହୋଇପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.