ଓଡିଆ 'ଗଲିବୟ': ୨୭ ବର୍ଷୀୟ ପ୍ରବାସୀ ଶ୍ରମଜୀବୀ ଦୁଲେଶ୍ୱର, ଗାଇଲେ ଗୀତ, ଏବେ ଭାଇରାଲ

Published By : Prameya-News7 Bureau | July 11, 2020 IST

କଳାହାଣ୍ଡି, ୧୧|୦୭:  ପ୍ରବାସୀ ଶ୍ରମିକ ଭାବେ କାମ କରନ୍ତି ଓଡିଶାର ଏହି ୨୭ ବର୍ଷୀୟ ଯୁବକ । କିନ୍ତୁ ଲକଡାଉନ୍ ଆରମ୍ଭ ହେବା ପରେ ସେ ଏବେ ଚର୍ଚ୍ଚାରେ ରହିଛନ୍ତି । କଳାହାଣ୍ଡି ଜିଲ୍ଲାର ଯୁବକ ଦୁଲେଶ୍ୱର ତାଣ୍ଡି ଏବେ ରାପ୍ ସଙ୍ଗ୍ ମାଧ୍ୟମରେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଗୀତ ଭାଇରାଲ ହେବା ପରେ ତାଙ୍କୁ ୨୦୧୯ ରଣବୀର ସିଂଙ୍କ ଅଭିନୀତ 'ଗଲି ବୟ' ସହ ତୁଳନା କରାଯାଉଛି ।

ଦୁଲେଶ୍ୱର ଛତିଶଗଡ ରାୟପୁରର ଏକ ହୋଟେଲରେ ଟେବୁଲ ପୋଛିବା ସହ ବାସନ ଧୁଅନ୍ତି । ସେ ମାର୍ଚ୍ଚ ମାସରେ ଲକଡାଉନ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ନିଜ ଗାଁ କଳାହାଣ୍ଡି ବୋରଡାକୁ ଚାଲିଆସିଥିଲେ । ସେ ଜଣେ ବିଜ୍ଞାନ ଛାତ୍ର ମଧ୍ୟ । ସେ କହିଛନ୍ତି ଯେ, ପୂର୍ବରୁ କରୋନାର ଭୟବହତାକୁ ବୁଝିପାରିଥିଲେ । ଏହା ସହଜରେ ଯିବ ନାହିଁ ବୋଲି ସେ ଜାଣିଥିଲେ । ତେଣୁ ଲକଡାଉନ୍ ପୂର୍ବରୁ ଗ୍ରାମକୁ ଫେରିଆସିଥିଲେ । ତାଙ୍କ ଗ୍ରାମର ଅନେକ ଯୁବକ ଆନ୍ଧ୍ରପ୍ରଦେଶ ସମେତ, କେରଳ, ଚେନ୍ନାଇ, କର୍ଣ୍ଣାଟକରେ କାମ କରନ୍ତି । ସେମାନେ ମାସ ମାସ ଧରି ଫେରିନଥିଲେ । ସେମାନଙ୍କ ମଧ୍ୟରୁ ଅନେକ ସାଇକେଲ୍, ଚାଲିଚାଲି ବହୁକଷ୍ଟରେ ଫେରିଥିଲେ । କିଛି କାମ ନଥିବାରୁ ଘରେ ବସିଥିଲେ । ଏହିସମୟରେ ସେ ପ୍ରବାସୀ ଶ୍ରମିକମାନେ କିପରି କଷ୍ଟରେ ଫେରୁଛନ୍ତି ତାହାର ଅନେକ ଭିଡିଓ ଦେଖିଥିଲେ । ଯାହା ତାଙ୍କ ମନକୁ ଆନ୍ଦୋଳିତ କରିଥିଲା ।

wp:html /wp:html

ଏହାପରେ ସେ ୨.୪୫ ମିନିଟର ଏକ ରାପର୍ ଭିଡିଓ ତିଆରି କରିଥିଲେ । ଏହାର ନାଁ ଦେଇଥିଲେ ଟେଲିଂ ଦି ଟ୍ରୁଥ୍ । ଏଥିରେ ସେ ରାଜନେତାଙ୍କୁ ସମାଲୋଚନା କରିଛନ୍ତି । ଏପରିକି ସେ 'ସୁଣ ସରକାର' ଓ 'ସତ କଥା' ନାମରେ ମଧ୍ୟ ଆଉ ୨ଟି ରାପ୍ କରିଛନ୍ତି ।

ସେ କହିଛନ୍ତି ଯେ, ତାଙ୍କ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ୨୦୧୪ରେ ଖରାପ ହୋଇଥିଲା । ସେ ବ୍ୟାଙ୍କରେ ୨ ଏକର ଜାଗା ବନ୍ଧକ ରଖି ୫୦ ହଜାର ଟଙ୍କା ଲୋନ୍ ଉଠାଇଥିଲେ । ଏହି ଲୋନ୍ ଶୁଝିବାକୁ ସେ କାମ କରିବା ଆରମ୍ଭ କରିଦେଇଥିଲେ । ତେବେ ଦିନକୁ ଦିନ ପରିବାରର ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଥିଲା । ଏହାମଧ୍ୟରେ ତାଙ୍କ ପିତା ୨୦୧୭ରେ ପ୍ରାଣ ହରାଇଥିଲେ ।

ସେ କଲେଜ୍ ସମୟରେ ରାପ୍ କରନ୍ତି ।  ଏପରିକି ଏଥିପାଇଁ ଲିରିକ୍ସ ମଧ୍ୟ ସେ ନିଜେ ଲେଖନ୍ତି । ସେ କଲେଜ ଟାଇମରେ ଏପରି କରୁଥିବା ବେଳେ ଅନେକ ସମାଲୋଚନା କରୁଥିଲେ । କିନ୍ତୁ ସେ ଏକ ରାପର୍ ହେବେ ବୋଲି ମନସ୍ଥ କରିସାରିଥିଲେ । ୨୦୧୪ରେ ପଞ୍ଜାବର ଜଣେ ତାଙ୍କ ଭିଡିଓ ଦେଖିଥିଲେ । ଏପରିକି ସୁଯୋଗ ମଧ୍ୟ ଦେଇଥିଲେ । ଏହାପରେ ଓଡିଶା ଫେରି ଆସିଥିଲେ ମଧ୍ୟ ତାଙ୍କୁ କେହି ସେତେଟା ସମର୍ଥନ କରିନଥିଲେ । ସେ ଏବେ ପ୍ରବାସୀ ଶ୍ରମିକଙ୍କ ଅସୁବିଧାକୁ ରାପ୍‌ରେ ସ୍ଥାନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.