Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ହାଇଦ୍ରାବାଦରୁ ଫେରୁଥିଲେ ପ୍ରବାସୀ ଶ୍ରମଜୀବୀ, ଅଧା ବାଟରେ ଚାଲିଗଲା ଜୀବନ

29/05/2020 at 6:10 PM

ସୋର, ୨୯|୦୫: ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଫେରୁଥିଲା ବେଳେ ଅଧାବାଟରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି  ।

ସୁଚନାନୁସାରେ ହାଇଦ୍ରାବାଦରୁ ଦୁଇ ଭାଇ ଆୟାର ମହମ୍ମଦ ଓ ଆଲାଙ୍ଗିର କିଛି ବାଟ ଚାଲି ଚାଲି ଆସିବା ପରେ ଏକ ଟ୍ରକରେ ଲିଫ୍ଟ ନେଇ  ଅସିଥିଲେ । ମାତ୍ର ଗତ କାଲି ବର୍ଷାରେ ଓଦା ହୋଇଯିବାରୁ ବାଲେଶ୍ବର ଜିଲ୍ଲା  ସୋର ଥାନା ୧୬ନଂଜାତୀୟ ରାଜପଥ କଡ ବରଫକଳ ଛକ ନିକଟରେ ଅସୁସ୍ଥତା ଅନୁଭବ କରି ଟ୍ରକରୁ ଓଲ୍ହାଇ ରାତ୍ରିଯାପନ କରିଥିଲେ । କିନ୍ତୁ ସକାଳୁ ଉଠି ଆଲାଙ୍ଗୀର ଆୟାରଙ୍କୁ ଡାକିବାରୁ ସେ  ଉଠିନଥିଲେ, ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସୋର ଡାକ୍ତରଖାନାକୁ ତାଙ୍କୁ ନେଇ ଆସିଥିଲେ । ସେଠାରେ ଡାକ୍ତର ଆୟରଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସୋର ପୋଲିସ ଡାକ୍ତରଖାନାରେ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ  ପଠାଇଛି ।

   Related Posts