୩ ମାସର ଶିଶୁପୁତ୍ରକୁ ହତ୍ୟା ପରେ ପ୍ରବାସୀ ଶ୍ରମିକଙ୍କ ଆତ୍ମହତ୍ୟା, ଶିଶୁର ମୃତଦେହ ଧରି ଥାନାରେ ପହଁଚିଲା ମାଆ

Published By : Prameya-News7 Bureau | June 14, 2020 IST

ନୂଆପଡା, ୧୪|୦୬ :  ନୂଆପଡା ଜିଲ୍ଲା ଚାନ୍ଦୋପର୍ବ ଗ୍ରାମରେ ଜଣେ ପ୍ରବାସୀ ଶ୍ରମିକ ନିଜର ୩ମାସର ଶିଶୁ ପୁତ୍ରକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ ।

ସୂଚନାନୁସାରେ, ନିଲୁ ଶବରନାମକ ଜଣେ ଶ୍ରମିକ ବାହାର ରାଜ୍ୟରେ ପରିବାର ବାହାରେ କାମ କରୁଥିଲେ । ଗତ କିଛିଦିନ ଧରି ସେ ଗ୍ରାମକୁ ଫେରି  ପରିବାର ସହ କ୍ୱାରେଣ୍ଟାଇନରେ ରହିଥିଲେ । କ୍ୱାରେଣ୍ଟାଇନ୍ ଅବଧି ସରିବା ପରେ ସେ  ଗାଁକୁ ଫେରିବା କଥା । କିନ୍ତୁ ଗାଁକୁ ନ ଫେରି ସେ ଜଣେ ସମ୍ପର୍କୀୟ ଘରେ ରହୁଥିଲେ । ତେବେ ରବିବାର ସେ ନିଜର ୩ ମାସର ଶିଶୁ ପୁତ୍ରକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି ।

ନିଲୁଙ୍କ ପତ୍ନୀ ବେଲାମାଟୀ  ଶବର ଶିଶୁଟିର ମୃତଦେହକୁ ଧରି ଥାନାରେ ପହଁଚି  ଘଟଣା ନେଇ ପୋଲିସରେ ଅଭିଯୋଗ କରିଛନ୍ତି ।  କେଉଁ କାରଣରୁ ଏହି ଅଭାବନୀୟ ଘଟଣା ଘଟିଲା ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.