ସରୁନି ପ୍ରବାସୀ ଓଡିଆଙ୍କ ଦୁଃଖ : ସାଇକେଲ୍‌ରେ ସୁଦୂର ଚେନ୍ନାଇରୁ ଆସି ପହଞ୍ଚିଲେ ଆଠଗଡରେ, ଅଛନ୍ତି ଜଣେ ଯୁବତୀ

Published By : Prameya-News7 Bureau | May 21, 2020 IST

ଆଠଗଡ ୨୧।୫: ଲକ୍ ଡାଉନ୍‌ରେ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡିଆ ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାହାର ରାଜ୍ୟରେ ଫସିଥିବା ଶ୍ରମିକମାନେ ଖାଇବା, ପିଇବା, ରହିବା ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାପରେ ଘରକୁ ଫେରିବା ପାଇଁ କୌଣସି ଉପାୟ ନପାଇବାରୁ ଶେଷରେ ସାଇକେଲରେ ଚେନ୍ନାଇରୁ ୮ ଜଣ ଶ୍ରମିକ ଓ ଆନ୍ଧ୍ରପ୍ରଦେଶରୁ ଜଣେ ଯୁବତୀ ସାଇକେଲରେ ଘରକୁ ଫେରିଛନ୍ତି ।

{"id":273345,"sizeSlug":"large"}

ସୂଚନାଯୋଗ୍ୟ ଯେ, ନରସିଂହପୁର ବ୍ଲକର କାଠଖୁଣ୍ଟ, ସାଗୁଣାପଲ୍ଲୀ, ସୁବଲୟା, ବାଲିସାହି, ଓଡିସିଙ୍ଗା, ବଡଭୁଇଁ ଆଦି ଅଞ୍ଚଳର ୮ ଜଣ ଶ୍ରମିକ ଚେନ୍ନାଇରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଲକ୍ ଡାଉନ୍ ପାଇଁ ଏହି ଶ୍ରମିକମାନେ ବହୁ ଚେଷ୍ଟା କରି ଘରକୁ ଫେରି ପାରିନଥିଲେ ।

{"id":273346,"sizeSlug":"large"}

ଫଳରେ ବାଧ୍ୟହୋଇ ୮ଜଣ ଶ୍ରମିକ ଗତ ୧୩ ତାରିଖ ଦିନ ସନ୍ଧ୍ୟା ୬ ଟାରେ ୮ଟି ସାଇକେଲରେ ଚେନ୍ନାଇରୁ ନରସିଂହପୁର ଅଭିମୁଖେ ବାହାରିଥିଲେ ବୋଲି ଜଣାପଡିଛି । ସେହିଭଳି ଆନ୍ଧ୍ରପ୍ରଦେଶରୁ ଜଣେ ଯୁବତୀ ମଧ୍ୟ ସାଇକେଲରେ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.